ଉନ୍ମୋଚିତ ହେଲା ରାଜ୍ୟ କୃଷି ନୀତି- 2020

ଆଜି ରାଜ୍ୟ କୃଷି ନୀତି 2020 ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ।  ଏହି ଅବସରରେ  ମୁଖ୍ୟମନ୍ତ୍ରୀ କହଛନ୍ତି, କୃଷିର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ସରକାର । ସେ ଚାହାଁନ୍ତି ସ୍ୱାଭିମାନର ସହ ବଞ୍ଚନ୍ତୁ ଚାଷୀ । କୃଷିର ବିକାଶ ପାଇଁ ସରକାର ନିଷ୍ଠାର ସହ କାମ କରୁଛନ୍ତି । କାଳିଆ ଚାଷୀଙ୍କ ସମ୍ମାନ ବୃଦ୍ଧି କରିଛି । ନୂଆ କୃଷିନୀତି ଚାଷୀର ବିକାଶର ଲକ୍ଷ୍ୟ ବିନ୍ଦୁ । ଚାଷୀମାନେ ବର୍ତ୍ତମାନ ସମୟରେ ଜ୍ଞାନକୌଶଳର ବ୍ୟବହାର କରିବା ଉଚିତ । ଯଦ୍ୱାରା ସେମାନେ ଅଧିକ ଲାଭବାନ ହୋଇପାରିବେ । କୃଷି ଓଡିଶା-2020 ଉଦଘାଟନୀ ଉତ୍ସବରେ କୃଷିମନ୍ତ୍ରୀ କହିଛନ୍ତି,14 ଟି ଜିଲ୍ଲାରେ 70 ଟି ବ୍ଲକରେ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦିଆଯାଉଛି । ପ୍ରଥମ ଥର ପାଇଁ ମାଣ୍ଡିଆ ମଣ୍ଡି ପ୍ରସ୍ତୁତ କରାଯାଇଛି । 2002 ଓ 2003 ରେ ଚାଷୀଙ୍କ ଆୟ ଯେତିକି ଥିଲା ତାହା ଏବେ 7  ଗୁଣା ବୃଦ୍ଧି ପାଇଛି ।

Spread the love