ଭୁବନେଶ୍ୱରରୁ ସୁରତକୁ ଉଡ଼ିଲା ବିମାନ

ସୁରତ ଯାଉଥିବା ଲୋକମାନଙ୍କ ପାଇଁ ଖୁଶି ଖବର । ଏବେ ଆଉ ଟ୍ରେନରେ ଟିକେଟ ପାଇଁ ଆଗୁଆ ଧାଡି ଲଗାଇ ଟ୍ରେନ ଟିକେଟ କିବାକୁ ପଡିବ ନାହିଁ। ଇଚ୍ଛୁକ ବ୍ୟକ୍ତିମାନେ ଏବେ ଦୁଇ ଘଣ୍ଟାଇରେ ବିମାନ ସାହାର୍ଯ୍ୟରେ ସୁରତ ଯାଇପାରିବେ । ଆଜିଠୁ ଭୁବନେଶ୍ୱରରୁ ସୁରତକୁ ଉଡ଼ିଲା ବିମାନ। ଏୟାର ଇଣ୍ଡିଆର ଏୟାର ବସ୍-୩୨୦ ଆଜି ସକାଳ ୮ଟା ୪୦ରେ ପ୍ରାୟ ୮୧ଜଣ ଯାତ୍ରୀଙ୍କୁ ନେଇ ସୁରତ ଅଭିମୁଖେ ଉଡ଼ାଣ ଭରିଥିଲା । ଏହି ବିମାନ ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ସୁରତ ଯିବ। ସେହିପରି ଶୁକ୍ରବାର ଓ ରବିବାର ସୁରତରୁ ଭୁବନେଶ୍ୱର ଅଭିମୁଖେ ଉଡ଼ିବ ବିମାନ । ଏଥିପାଇଁ ସମୟ ମଧ୍ୟ ଧାର୍ଯ୍ୟ ହୋଇଯାଇଛି। ଭୁବନେଶ୍ୱରରୁ ସକାଳ ୮ଟା ୪୦ରୁ ବିମାନ ବାହାରି ସକାଳ ୧୦ଟା ୪୦ରେ ସୁରତରେ ପହଞ୍ଚିବ।

ସେହିଭଳି ସୁରତରୁ ସକାଳ ୮ଟା ୪୦ରେ ବାହାରି ଭୁବନେଶ୍ୱରରେ ସକାଳ ୧୦ଟା ୪୦ରେ ପହଞ୍ଚିବ। ସୁରତକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା ପରେ ଏହି ଦାବି ପୂରଣ ହୋଇଥିବା ସେ କହିଛନ୍ତି। ଆଜି ପ୍ରଥମ ଦିନରେ ବିମାନ ଯୋଗେ ସୁରତ ଯାଇଥିବା ଯାତ୍ରୀମାନେ ଖୁସି ପ୍ରକଟ କରିଛନ୍ତି। ଏହାପରେ ସୁରତ ପରେ ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ଉଡ଼ିବ ବିମାନ। ଫେବୃଆରୀ ୨୯ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଏ ସମ୍ପର୍କରେ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ବରୁଡ଼ ଭେଙ୍କଟେଶ୍ୱର ରାଓ ସୂଚନା ଦେଇଛନ୍ତି ।

Spread the love