ଶୋଇବା ପୂର୍ବରୁ ଅତ୍ୟଧିକ ଥଣ୍ଡା କିମ୍ବା ଗରମ ଲାଗୁଛି କି ?

ଆପଣଙ୍କୁ ରାତିରେ ଭଲ ନିଦ ନଆସେ, ତେବେ ସକାଳୁ ଆପଣଙ୍କ ଚେହେରା ଶୁଖିଲା ଓ ଅସୁସ୍ଥ ଦେଖାଯାଇଥାଏ । ଘରେ କିମ୍ବା ଅଫିସରେ ଯେଉଁ ସ୍ଥାନରେ ମଧ୍ୟ ହେଉ, ଯଦି ଶୋଇବା ଅଭାବ ହୁଏ, ତାହେଲେ ଆପଣଙ୍କୁ ଦିନସାରା କ୍ଳାନ୍ତ ଅନୁଭବ ହୋଇଥାଏ । ଅଧିକ ସମୟ ପର୍ଯ୍ୟନ୍ତ ନିଦ ଅଭାବ ହେବା ମଧ୍ୟ ଗୋଟିଏ ବ୍ୟାକ୍ତିର ବିରକ୍ତିର କାରଣ ହୋଇଥାଏ । ବାରମ୍ବାର ନିଦ ଭାଙ୍ଗିବା କିମ୍ବା ରାତିରେ ଭଲ ନିଦ ନହେବା ପାଇଁ ଅନେକ କାରଣ ରହିଥାଇପାରେ । ରାତିରେ ଶୋଇବା ସମୟରେ କିଛି ଲୋକ ଅତ୍ୟଧିକ ଗରମ ଅନୁଭବ କରୁଥିବାବେଳେ କିଛି ଲୋକ ଥଣ୍ଡା ଲାଗିବା ହେତୁ ଶୋଇପାରନ୍ତି ନାହିଁ । ଏବେ ପ୍ରଶ୍ନ ଉଠିଛି ଯେ ରାତିରେ ହଠାତ୍ ଥଣ୍ଡା କିମ୍ବା ଗରମ ଅନୁଭବ କରିବାର କାରଣ କ’ଣ ହୋଇପାରେ ? ଗୋଟିଏ ଅନୁସନ୍ଧାନରୁ ଜଣାପଡିଛି ଯେ ଶରୀର ଡିହାଇଡ୍ରେସନ୍ ହେତୁ ଶରୀରର ତାପମାତ୍ରା ବଦଳି ଥାଏ । ଏହା ସହ ଶରୀରରେ ପାଣିର ଅଭାବ ଶୋଇବାରେ ବାଧ୍ୟା ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ କ’ଣ ପାଇଁ ଏପରି ହୋଇଥାଏ ଏବଂ ଏହାର କାରଣ କ‘ଣ ରହିଛି ।  ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରଣ ହୋଇଥାଏ । ଏହା ଦ୍ୱାରା ପୂରା ଦିନ ଗୋଟିଏ ଲୋକ ହାଇଡ୍ରେଟ୍‌ ରହିଥାଏ । ସେହି ପରି ଯଦି ଆପଣଙ୍କ ଶରୀରରେ ପାଣିର ଅଭାବ ଅଛି ଏବଂ ଶରୀର ଡିହାଇଡ୍ରେସନ୍ ରହିଛି, ତେବେ ଏହି କାରଣରୁ ବ୍ୟକ୍ତିକୁ ଶୋଇବା ସମୟରେ ଅତ୍ୟଧିକ ଗରମ କିମ୍ବା ଥଣ୍ଡା ଅନୁଭବ ହୋଇଥାଏ । ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ସ୍ୱାଭାବିକ ରହିଥାଏ । ଏଥିପାଇଁ ଆପଣଙ୍କ ଶରୀରରେ ହଠାତ୍ ଅତ୍ୟଧିକ ଥଣ୍ଡା କିମ୍ବା ଗରମ ଅନୁଭବ ହେବ ନାହିଁ । ଏପରି ଭାବେ ଶୋଇବା ସମୟରେ ଶରୀର ହାଇଡ୍ରେଟ୍ ରହିଥାଏ, ତେବେ ଏହି କାରଣରୁ ଆପଣଙ୍କ ମୁଡ୍ ସୁଇଙ୍ଗ୍କୁ ମଧ୍ୟ କମ୍‌ ହୋଇଥାଏ । ଏହା ସହ ‘ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍’ରେ ପ୍ରକାଶିତ ଏକ ଅନୁସନ୍ଧାନରେ କୁହାଯାଇଛି ଯେ ‘ ବ୍ୟାକ୍ତିର ପାଣି ପିଇବା ଅଭାବରୁ ମନୋବଳ ପରିବର୍ତ୍ତନ ହୋଇପାରେ ’।

Spread the love