ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ: ଆଜି ପୁଣି ୧୦ ଟାରୁ ଟଙ୍କା ଗଣା ଆରମ୍ଭ ହେବ

ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ । ଆୟକର ବିଭାଗର ଚଢ଼ାଉ ସରୁନି କି ଟଙ୍କାଗଣା ବି ସରୁନି । ଗତକାଲି ସନ୍ଧ୍ୟାରେ ସୁଦପଡାରେ ଚଢ଼ାଉ କରିଛି ଆୟକର ବିଭାଗ । ମଦଭାଟି ମ୍ୟାନେଜରଙ୍କ ଘରେ ୧୯ ବ୍ୟାଗ ଟଙ୍କା ଜବତ ହୋଇଛି । ଟଙ୍କା ଜବତକୁ କଡା ସୁରକ୍ଷା ଭିତରେ ଵଲାଙ୍ଗିରର SBI ବ୍ୟାଙ୍କର ମୁଖ୍ୟ ଶାଖାରେ ରଖାଯାଇଛି ।

ପୂର୍ବରୁ ୧୫୬ ବସ୍ତା ଟଙ୍କା ଵଲାଙ୍ଗିର ସୁଦପଡା ମଦଭାଟିରୁ ଜବତ କରାଇଥିଲା । ସେହି ଟଙ୍କା ବସ୍ତାକୁ ଏକ ଟ୍ରକରେ SBIକୁ ଅଣାଯାଇଥିଲା । ଗତକାଲି ଅବକାରୀ ଅଫିସରେ ଆୟକର ବିଭାଗର ପହଞ୍ଚି ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲା । କେତେ ରାଜସ୍ୱ ଦେଉଥିଲେ ମଦ ବ୍ୟବସାୟୀ ? କିପରି ଆୟକର ଟିକସ ଫାଙ୍କୁଥିଲେ ? ଏନେଇ ତଦନ୍ତ କରିବା ସହିତ ଵଲାଙ୍ଗିର SBIରେ ଆୟକର ବିଭାଗ ଟଙ୍କା ଗଣତି ଜାରି ରଖିଛି ।

ଆଜି ୧୦ ଟାରୁ ପୁଣି ତାଙ୍କ ଗଣିବା ଆରମ୍ଭ ହେବ । ଵଲାଙ୍ଗିର SBI ରେ ୭ ଟି ମେସିନରେ ଟଙ୍କା ଗଣା ଚାଲିଥିବା ବେଳେ ଦିନକୁ ପ୍ରାୟ ୨୦ କୋଟି ଟଙ୍କା ଗଣୁଛନ୍ତି ଆୟକର ବିଭାଗର ଅଧିକାରୀ । ଅନ୍ୟପଟେ ଆଉଏକ ଟିମ ସୁଦପଡା ମଦଭାଟିରେ ଚଢ଼ାଉ କରୁଛନ୍ତି ।

Spread the love