ତିନି ରାଜ୍ୟରେ ବିଜେପିର ବିଜୟ ପରେ ରାଜ୍ୟ ସଭାପତିଙ୍କୁ ଦିଆଗଲା କାମ

ଭୁବନେଶ୍ୱର: ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପିର ବଡ ବିଜୟ ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏବେ ନୂଆ କାମ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ | ଓଡିଶାରେ ରଣନୀତି ନେଇ ରାଜ୍ୟ ସଭାପତିଙ୍କୁ ଡକାଯାଇଥିବାବେଳେ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ.କେନ୍ଦ୍ରୀୟ ନେତୃତ୍ଵଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି | ପୁଣି ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି ମନମୋହନ | ମନମୋହନଙ୍କ କହିବା ମୁତାବକ କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଛନ୍ତି ଯେ ଗାଁକୁ ଯାଇ ସଂଗଠନ ସୁଦୃଢ କରାଯିବ | ପଞ୍ଚାୟତ ସ୍ତରକୁ ଯାଇ ସଂଗଠନ ଦୃଢ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ମନମୋହନ କହିଛନ୍ତି ଯେ ଏଯାଏଁ ୧୨ ଶହ ପାଖାପାଖି ପଞ୍ଚାୟତ ଗସ୍ତ ସରିଲାଣି | ବାକି ୫୦୦୦ ପଞ୍ଚାୟତଗୁଡ଼ିକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା | ଶୀର୍ଷ ନେତୃତ୍ଵଙ୍କ ଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ | ତୃଣମୂଳ ସଙ୍ଗଠନ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ | ଲୋକେ ଚାହୁଁଛନ୍ତି ଓଡିଶାରେ ବିଜେପି ସରକାର ହେଉ, ଡବଲ ଇଂଜିନର ସରକାର ଲୋକେ ଚାହୁଁଛନ୍ତି |

Spread the love