ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ କଲା ଆତ୍ମସମର୍ପଣ

ସ୍ତ୍ରୀ କଟାମୁଣ୍ଡ ଧରି ଥାନାରେ ସ୍ୱାମୀର ଆତ୍ମସମର୍ପଣ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣିଗୋଚ୍ଛା ଥାନା ବିଡ଼ାପାଜୁ ଗାଁରେ। ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ବାମୀ ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟାକରିଥିବା ଜଣାପଡିଛି । ହତ୍ୟାକାରୀ ସ୍ୱାମୀ ହେଲେ ଅର୍ଜୁନ ବାଘ। ସୂଚନା ଅନୁଯାୟୀ ବାଣିଗୋଚ୍ଛା ଥାନାକୁ ଆଜି ଅର୍ଜୁନ ବାଘ ନିଜ ସ୍ତ୍ରୀର କଟାମୁଣ୍ଡ ଧରି ଆସିଥିବା ଦେଖାଯାଇଛି। ବିଡ଼ାପାଜୁ ଗ୍ରାମର ଅର୍ଜୁନ ଆଜି ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ କଟା ମୁଣ୍ଡକୁ ଏକ ବସ୍ତାରେ ଧରି ଥାନାରେ ପହଞ୍ଚିଛନ୍ତି । ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ବାମୀ ସ୍ତ୍ରୀ କୁ ହତ୍ୟା କରିଥିବା ଜଣାପଡିଛି । ବାଣିଗୋଚ୍ଛା ଥାନା ପୋଲିସ ଅର୍ଜୁନଙ୍କୁ ଅଟକ ରଖି ଉକ୍ତ ଗ୍ରାମକୁ ଯାଇଥିବା ସୂଚନା ମିଳିଛି ।

Spread the love