ମୋଷ୍ଟ ୱାଣ୍ଟେଡ୍ ସୟଦ ଇଶାନ୍ ବୁଖାରୀ, ଏଏସଆଇ ଏଜେଣ୍ଟଙ୍କ ସହ ଚାଟିଂ କରୁଥିବା ନେଇ ସୂଚନା ଦେଇଛି ଏସଟିଏଫ୍

ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ ଘଟଣାରେ ଏସଟିଏଫ୍ ଦେଲା ଚାଞ୍ଚଲ୍ୟକର ତଥ୍ୟ । ମୋଷ୍ଟ ୱାଣ୍ଟେଡ୍ ସୟଦ ଇଶାନ୍ ବୁଖାରୀ, ଏଏସଆଇ ଏଜେଣ୍ଟଙ୍କ ସହ ଚାଟିଂ କରୁଥିବା ନେଇ ସୂଚନା ଦେଇଛି ଏସଟିଏଫ୍ ।ବିଚାରବିଭାଗୀୟ ତଦନ୍ତରେ ଥିବା ବୁଖାରିକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ଏସଟିଏଫ୍ । ଆସନ୍ତାକାଲି ବୁଖାରିକୁ କୋର୍ଟରେ ହାଜର କରାଯିବ । ଓଡ଼ିଶାରେ ରହି ଏଏସଆଇ ଏଜେଂଟଙ୍କ ସହ ଯୋଗାଯୋଗରେ ଥିବା ବୁଖାରି ସମ୍ପର୍କରେ ଅଧିକ ଛାନଭିନ୍ ପାଇଁ ଜାମ୍ମୁ-କାଶ୍ମୀର, ପଞ୍ଜାବ ପୁଲିସ ସହ ଇଂଟେଲିଜେନ୍ସର ବ୍ୟୁରୋର ଯୋଗଯୋଗରେ ଅଛି ଏସଟିଏଫ୍ । ବର୍ତ୍ତମାନ ସୁଦ୍ଧା ବୁଖାରିର ୬ଟି ଆକାଉଂଟ ଥିବା ତଦନ୍ତରୁ ଜଣାପଡ଼ିଛି । ଖୁବ୍ଶୀଘ୍ର ବ୍ୟାଙ୍କ ଆକାଉଂଟକୁ ଫ୍ରିଜ୍ କରାଯିବ । ଏହାସହ ଅର୍ଥନୈତିକ କାରବାର ଲିଙ୍କ ଖୋଜିବା ପାଇଁ ବୁଖାରିର ଏକାଧିକ ସ୍ତ୍ରୀଙ୍କୁ ଯୋଗଯୋଗ କରାଯିବ । ସେହିପରି କଲ୍ ଡିଟେଲ୍ ରିପୋର୍ଟ ବାହାର କରାଯିବା ସହ ଆଇଏସଆଇ ଲିଙ୍କ୍ ପାଇଁ ଫୋନ୍ ରିଟ୍ରାଇଭ୍ କରାଯିବ ବୋଲି ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି ।

Spread the love