‘ବିଗ୍‌ବସ୍‌’ରେ ପୁଣି ଥରେ ପୂର୍ବ ପ୍ରେମିକ ସୁଶାନ୍ତ ସିଂହଙ୍କୁ ମନେ ପକାଇଲେ ଅଙ୍କିତା

ମୁମ୍ବାଇ: ‘ବିଗ୍‌ବସ୍‌’ ଗୃହରେ ଆଜିକାଲି ଖାଲି ଡ୍ରାମା ହିଁ ଡ୍ରାମା ଦେଖିବାକୁ ମିଳୁଛି। ମୁନୱର ଫାରୁକିଙ୍କ ନିକଟତର ବନ୍ଧୁ ଆୟେଶା ଖାନ୍‌ ଆସିବା ପ‌ରେ ସୋ’ ଆହୁରି ମଜାଦାର ବନିଛି। ଆୟେଶା ଗୃହକୁ ଆସିବା ପରେ ମୁନୱର ଉପରେ ଡେଟିଂ ଓ ପରେ ପ୍ରତାରଣା କରିଥିବା ଅଭିଯୋଗ ଲଗାଇଛନ୍ତି। ମୁନ୍‌ୱର ବି ଜାତୀୟ ଟେଲିଭିଜନରେ ସ୍ବୀକାର କରିଛନ୍ତି ଯେ ସେ ଆୟେଶାଙ୍କ ସହ ସଂପର୍କରେ ଥିଲେ ବୋଲି। ହେଲେ ମୁନୱର ଏକଥା ବି କହିଛନ୍ତି ଯେ ସେ କାହା ସହ ପ୍ରତାରଣା କରିନାହାନ୍ତି। ତାଙ୍କର ନିଜ ପ୍ରେମିକା ନାଜିଲାଙ୍କ ସହ ବ୍ରେକ୍‌-ଅପ୍‌ ହୋଇ ଯାଇଥିଲା। ହେଲେ ସେ ସର୍ବସାଧାରଣରେ ଏହି ଖୁଲାସା କରିନଥିଲେ। ସୋ’ରେ ଏବେ ମୁନ୍ନୱରଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଗୃହର ଅନ୍ୟ ଜଣେ ପ୍ରତିଦ୍ବନ୍ଦ୍ବୀ ଅଙ୍କିତା ଲୋଖଣ୍ଡେଙ୍କର ମଧ୍ୟ ତାଙ୍କ ପୂର୍ବ ପ୍ରେମିକ ତଥା ଦିବଗଂତ ସିନେ ଷ୍ଟାର୍‌ ସୁଶାନ୍ତ ସିଂହ ରାଜପୁତଙ୍କ କଥା ମନେପଡ଼ିଛି।

ଅଙ୍କିତା କହିଛନ୍ତି ଯେ ସେ ଜାଣିପାରୁଛନ୍ତି କି ମୁନ୍ନୱର ତାଙ୍କ ପ୍ରେମିକାଙ୍କ ସହ ବ୍ରେକ୍‌-ଅପ୍‌ କଥା କାହିଁକି ଲୁଚାଇଥିଲେ। କାରଣ ଏ କଥ କହିବା କାହା ପାଇଁ ବି ଏତେ ସଜହ ନୁ‌ହେଁ। ତା’ପରେ ସେ ନିଜ କଥା ମନେପକାଇ କହିଛନ୍ତି ଯେ ଯେତେବେଳେ ସୁଶାନ୍ତ ତାଙ୍କ ସହ ବ୍ରେକ୍‌-ଅପ୍‌ କଲେ ତ ଭିକି ‌ତାଙ୍କୁ ସମ୍ଭାଳିଥିଲେ। ଅଙ୍କିତାଙ୍କୁ କେଉଁଠି ନା କେଉଁଠି ଲାଗୁଥିଲା ଯେ ସେମାନଙ୍କ ସଂପର୍କ ପୁଣି ଥରେ ସୁଧୁରି ଯାଇପାରେ।

Spread the love