ଏକମାତ୍ର ମୁସଲମାନ ଦେଶ, ଯେଉଁଠି ହିନ୍ଦୁ ନାମରେ ଅଛି ବିମାନବନ୍ଦର
ଇଣ୍ଡୋନେସିଆ ହେଉଛି ଏକ ମୁସଲମାନ ଦେଶ ଯାହାର ମୁଖ୍ୟ ବିମାନବନ୍ଦରର ନାମ ହେଉଛି ଗସ୍ତି ନାଗୁର ରାୟ ଅନ୍ତର୍ଜାତୀୟ ବିମାନବନ୍ଦର, ଯାହାର ନାମ ହିନ୍ଦୁ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ କରାଯାଇଛି । ଏବଂ ସେଠାକାର ବିମାନବନ୍ଦରରେ ହିନ୍ଦୁ ଦେବତା ଏବଂ ଦେବୀଙ୍କର ଅନେକ ମୂର୍ତ୍ତି ରହିଛି । ବିଶେଷ କରି ଭଗବାନ ବିଷ୍ଣୁ ଏବଂ ତାଙ୍କ ବାହାନ ଗରୁଡ ସେଠାରେ ପୂଜା ପାଇଥାନ୍ତି । ଇଣ୍ଡୋନେସିଆର ବାଲିଠାରେ ରହିଛି ଏହି ବିମାନବନ୍ଦର । ଏହି ବିମାନବନ୍ଦରର ନାମ ହେଉଛି ଗସ୍ତି ନାଗୁର ରାୟ ଅନ୍ତର୍ଜାତୀୟ ବିମାନବନ୍ଦର । ଏହି ବିମାନବନ୍ଦରରେ ଅନେକ ଜାଗାରେ ହିନ୍ଦୁ ଦେବତା ଏବଂ ଦେବୀଙ୍କ ପ୍ରତିମୂର୍ତ୍ତି ଅଛି । ଇଣ୍ଡୋନେସିଆ ହେଉଛି ଏକ ମୁସଲମାନ ଦେଶ, ଏଠାରେ ୮୭ ପ୍ରତିଶତ ଲୋକ ହେଉଛନ୍ତି ମୁସଲମାନ ଓ ମାତ୍ର ୧.୭ ପ୍ରତିଶତ ହିନ୍ଦୁ ଇଣ୍ଡୋନେସିଆରେ ବାସ କରନ୍ତି । ଆସନ୍ତୁ ଆଗ ଜାଣିବା ଗସ୍ତୀ ନାଗୁର ରାୟ କିଏ । ସେ ଇଣ୍ଡୋନେସିଆରେ ଜନ୍ମ ହୋଇଥିଲେ ଓ ପରେ ସେ ସେନାରେ ଯୋଗ ଦେଇ ଜେଣ ବର୍ଣ୍ଣେଲ ଭାବେ କାର୍ଯ୍ୟ କରିଥିଲେ । ଧର୍ମୀୟ ଚେତନା ଦୃଷ୍ଟିରୁ ସେ ଜଣେ ହିନ୍ଦୁ ଥିଲେ । ଏବଂ ଇଣ୍ଡୋନେସିଆକୁ ଡଚ୍ ଦଖଲରୁ ମୁକ୍ତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଇଣ୍ଡୋନେସିଆରେ ଜଣେ ସାହାସି ଯୋଦ୍ଧା ଭାବରେ ତାଙ୍କ ନାମ ଲେଖା ଯାଇଛି । ତାଙ୍କ ନାମରେ ଅନେକ ପ୍ରତିମୂର୍ତ୍ତି ଦେଶରେ ଅଛି ଏବଂ ଏକ ଡାକ ଷ୍ଟାମ୍ପ ମଧ୍ୟ ଜାରି କରାଯାଇଛି ।
ଏହି ଚିତ୍ର ହେଉଛି ବାଲି ବିମାନ ବନ୍ଦରରେ ସ୍ଥାପିତ ସୁବାହୁଙ୍କ ପ୍ରତିମୂର୍ତ୍ତି । ସୁବାହୁଙ୍କ ବିଷୟରେ ରାମାୟଣରେ ଉଲ୍ଲେଖ କରାଯାଇଛି । ସେ ତାଡକା ଏବଂ ସୁନ୍ଦେଙ୍କ ପୁତ୍ର ଥିଲେ । ସୁବାହୁ ମାରିଚଙ୍କ ଭାଇ ଓ ଲଙ୍କାର ରାଜା ରାବଣଙ୍କ ଭଣଜା ଥିଲେ । ସେ ଏକ ରାକ୍ଷାସ ଥିଲେ । ରାମ ବିଶ୍ୱମିତ୍ରଙ୍କ ଯଜ୍ଞକୁ ସୁରକ୍ଷା ଦେବାବେଳେ ସୁବାହୁକୁ ହତ୍ୟା କରିଥିଲେ । ଏହିଚିତ୍ର ହେଇଛି ବାଲି ବିମାନବନ୍ଦରରେ ସ୍ଥାପିତ ଭଗବାନ ବିଷ୍ଣୁ ଏବଂ ତାଙ୍କ ଗରୁଡଙ୍କ ପ୍ରତିମୂର୍ତ୍ତି । ଭଗବାନ ବିଷ୍ଣୁଙ୍କୁ ଇଣ୍ଡୋନେସିଆରେ ବହୁତ ସମ୍ମାନ କରାଯାଏ । ସେଠାରେ ତାଙ୍କର ଅନେକ ମନ୍ଦିର ସ୍ଥାପିତ ଅଛି । ୧୦-୧୧ ଶତାଦ୍ଧି ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ଏକ ହିନ୍ଦୁ ସଂଖ୍ୟାଗରିଷ୍ଠତା ଥିଲା ଏବଂ ରାଜାମାନେ ମଧ୍ୟ ହିନ୍ଦୁ ଥିଲେ କିନ୍ତୁ ଧାର୍ମିକ ପରିବର୍ତ୍ତନ ପରେ ଏହି ଦେଶ ମୁସଲମାନ ସଂଖ୍ୟାଲଘୁ ଜନସଂଖ୍ୟାରେ ପରିଣତ ହୋଇଥିଲା । ଏହା ହେଉଛି ଗରୁଡଙ୍କ ମୂର୍ତ୍ତି । ସେ ଭଗବାନ ବିଷ୍ଣୁଙ୍କ ବାହାନ ଭାବରେ ପରିଗଣିତ । ତାଙ୍କର ପ୍ରତିମୂର୍ତ୍ତି ବାଲି ବିମାନବନ୍ଦରରେ ଦେଖିବା ପାଇଁ ମିଳିଥାଏ । କୁହାଯାଏ ଯେ ଗରୁଡ ହେଉଛନ୍ତି ଶ୍ରୀ ରାମଚନ୍ଦ୍ରଙ୍କ ସାନ ଭାଇ ଏବଂ ଦଶରଥଙ୍କ ଦ୍ୱିତୀୟ ପୁତ୍ର ଭାବରେ ଅବତାରିତ ହୋଇଥିଲେ ।
ସେହିଭଳି ଇଣ୍ଡୋନେସିଆର ରାଜଧାନୀ ବାଲିର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜଣେ ବାହାରକୁ ଆସିବା ମାତ୍ରେ ଏକ ବିଲ୍ଡିଂରେ ଭଗବାନ ବିଷ୍ଣୁଙ୍କର ଏକ ବିରାଟ ମୂର୍ତ୍ତି ଲଗାଯାଇଥିବା ଦେଖିବାକୁ ମିଳିଥାଏ । ଭଗବାନ ବିଷ୍ଣୁ ଏବଂ ଗରୁଡଙ୍କର ଏହି ବିଶାଳ ପ୍ରତିମୂର୍ତ୍ତି ଦୃଶ୍ୟମାନ ହେଉଛି । ବିମାନବନ୍ଦରରୁ ବାହାରକୁ ଆସୁଥିବା ବ୍ୟକ୍ତି ମାନେ ଏହି ବିଶାଳ ମୂର୍ତ୍ତି କୁ ଦୂଦରୁ ଦେଖି ପାରିବେ । ବାଲି ବିମାନବନ୍ଦର ବାହାରେ ଘଟୋକାଙ୍କ ମୂର୍ତ୍ତି , ଯାହା ସମସ୍ତଙ୍କ ଦୁଷ୍ଟି ଆକର୍ଷଣ କରିଥାଏ । ଘଟୋଟକା ମହାଭାରତରେ ପଣ୍ଡା ଯୋଦ୍ଧା ଭୀମଙ୍କ ପୁତ୍ର ଥିଲେ ।