ବିହାର ରାଜନୀତିରେ ହଟଚମଟ ଭିତରେ ରାବ୍ରୀ ଦେବୀଙ୍କୁ ଇଡି ସମନ

ବିହାରର ରାଜନୈତିକ ହଟଚମଟ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ଇଡିର ସମନ । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଲାଲୁ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀଙ୍କୁ ସମନ କରିଥିବା ସୂଚନା ମିଳିଛି । ଫେବୃଆରୀ ୯ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନରେ ଉଲ୍ଲେଖ ରହିଛି । ତେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମହାମେଣ୍ଟ ଛାଡି ପୁଣି ଏନଡିଏ ମେଣ୍ଟକୁ ଯାଉଥିବା ଚର୍ଚ୍ଚା ଭିତରେ ଇଡିର ଏହି ନୋଟିସ ଆସିଛି । ତେଣୁ ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ବିହାରରେ ଏବେ ଚାଲିଥିବା ରାଜନୀତ ସହ ଯୋଡି ଦେଖାଯାଉଛି । ଲାଲୁଙ୍କ ପରିବାରକୁ ବ୍ୟାକଫୁଟରେ ରଖିବାକୁ ତଥା ଚାପଗ୍ରସ୍ତ କରିବା ପାଇଁ ଏଭଳି କରାଯାଇଥିବା କୁହାଯାଉଛି । ପୂର୍ବରୁ ଏହି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ଲାଲୁ ପ୍ରସାଦ ଯାଦବଙ୍କୁ ହାଜର ହେବାକୁ ସମନ କରିଥିଲା ଇଡି । ଆଉ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ଇଡିର ସମନ ବିହାର ରାଜନୀତିକୁ ସରଗରମ କରିଛି ।

Spread the love