ସାଇକେଲରେ ଲୋକସେବା ଭବନ ଆସିଲେ ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ବିଭାଗୀୟ ମନ୍ତ୍ରୀ। ସାଧାରଣ ଲୋକଭ୍କ ପରି ସାଇକେଲରେ ଲୋକସେବା ଭବନ ଆସିଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ସକାଳ 11ଟାରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଏପରି ଦେଖିବାକୁ ମିଳିଥିଲା। ସବୁଦିନ ନିଜ ଗାଡିରେ ଲୋକସେବା ଭବନ ଆସୁଥିବା ବେଳେ ଆଜି ପ୍ରଥମଥର ପାଇଁ ସାଇକେଲରେ ଆସିବାର ଦେଖିବାର ମିଳିଥିଲା । ଏନେଇ ସେ କହିଛନ୍ତି ଯେ, ‘ସ୍ଵାସ୍ଥ୍ୟ ଓ ବାୟୁ ପ୍ରଦୂଷଣ ତଥା ପରିବେଶ ପାଇଁ ଭଲ ହେବ ତେଣୁ ମୁଁ ସାଇକେଲରେ ଆସିଲି ।’ ଏହାସହ ଆଗାମୀ ବଜେଟ ଅଧିବେଶନରେ ବି ସବୁ ଦିନ ବିଧାନସଭା ସାଇକେଲରେ ଆସିବେ ବୋଲି ସେ କହିଛନ୍ତି । ସେହିପରି ଭୁବନେଶ୍ବରରେ ଥିବା ସମୟରେ ଗାଡିର କମ୍ ବ୍ୟବହାର କରିବେ ବୋଲି କହିଛନ୍ତି ।

Spread the love