ଗାନ୍ଧିଜୀଙ୍କ ନୀତି ଏବଂ ବିଚାରଧାରାରେ ଅନୁପ୍ରାଣିତ ହୋଇ ନିଜକୁ ମାର୍ଜିତ କରନ୍ତୁ ଦେଶର ଯୁବପିଢି :ବିଜେପି

ଆଜି ମହାତ୍ମା ଗାନ୍ଧୀଙ୍କ ୭୨ ତମ ତିରୋଧାନ ଦିବସ । ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ଦିନ ଏକ ପ୍ରାର୍ଥନା ସଭାରେ ନାଥୁରାମ ଗଡସେଙ୍କ ଗୁଳିରେ ଗାନ୍ଧିଜୀ ପ୍ରାଣତ୍ୟାଗ କରିଥିଲେ । ଆଜିର ଏହି ମହାପ୍ରୟାଣ ଦିବସରେ ରାଜ୍ୟ ସଭାପତି ସମୀର ମହାନ୍ତି ଜନତା ମଇଦାନସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ । ମହାତ୍ମାଗାନ୍ଧୀ ଅହିଂସାର ପୂଜାରୀ ଥିଲେ । ସେ ଅହିଂସାକୁ ଆଦର୍ଶ ଭାବେ ପାଳନ କରୁଥିଲେ । କିନ୍ତୁ ଆଜି କଂଗ୍ରେସ ପରିବାର ଭୋଟବ୍ୟାଙ୍କ ରାଜନୀତି ପାଇଁ ହିଂସାକୁ ଆପଣାଇ ଚାଲିଛି । ଭାରତ ବିଭାଜନ ପରେ ପାକିସ୍ତାନରେ ରହୁଥିବା ହିନ୍ଦୁ ଓ ଶିଖ ମାନେ ବିନା
ଦ୍ୱିଧାରେ ଭାରତ ଆସିପାରିବେ ଏବଂ ସେମାନଙ୍କୁ ସୁରକ୍ଷା, ଜାଗା, ରୋଜଗାର ଦେବା ଭାରତ ସରକାରଙ୍କ ପ୍ରଥମ କର୍ତବ୍ୟ ବୋଲି ମହାତ୍ମାଗାନ୍ଧୀ କହିଥିଲେ । କିନ୍ତୁ କଂଗ୍ରେସ ତାହା ନକରି ଏବେ ନାଗରିକତା ସଂଶୋଧନ ଆଇନ ନାଁରେ ହିଂସା କରୁଛି । ଦେଶ ବିଭାଜନ କରିବା ପାଇଁ କଂଗ୍ରେସ ଅପଚେଷ୍ଟା ଚଲାଇଛି । ଦେଶର ଯୁବପିଢୀ ଅହିଂସାକୁ ଆଧାର କରି ଗାନ୍ଧିଜୀଙ୍କ ନୀତି ଏବଂ ବିଚାରଧାରାରେ ଅନୁପ୍ରାଣିତ ହୋଇ ନିଜକୁ ମାର୍ଜିତ କରିପାରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love