ଓଡ଼ିଶା ସୀମା ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ତାଲାବୁର ରେଳ ଧାରଣାରୁ ୪ମୃତଦେହ ଉଦ୍ଧାର

ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ତାଲାବୁରୁ ଓ କେନ୍ଦୋପୋସି ରେଳ ଷ୍ଟେସନ ମଧ୍ୟରେ ରେଳ ଲାଇନରୁ ଜବତ ହୋଇଛି ୪ଟି ମୃତହେଦ । ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଶିଶୁ । ଦୁଇଟି ମୃତଦେହ ଅଖାରେ ସିଲ ହୋଇଥିବାରୁ ହତ୍ୟା ପରେ କେହି ସେମାନଙ୍କୁ ଟ୍ରେନ ଲାଇନରେ ଫୋପାଡ଼ି ଦେଇଥିବା ନେଇ ସନ୍ଦେହ ବଢ଼ିଛି । ମୃତ ଦୁଇ ଶିଶୁଙ୍କ ମଧ୍ୟରେ ଜଣଙ୍କ ବୟସ ୮ ମାସ ହୋଇଥିବା ବେଳେ ଅନ୍ୟ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟା । ଉଭୟଙ୍କ ମୃତଦେହର ୧୫ ମିଟର ଦୂରରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ମହିଳା ଓ ଯୁବକଙ୍କ ମୃତହେହ ମିଳିଛି । ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ଡିଏସପି ରାକେଶ ମିଞ୍ଜ, ରେଳ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତରେ ଫୋରେନସିକ ଟିମର ସହାୟତା ମଧ୍ୟ ନିଆଯାଇଛି ।

Spread the love