ମଦ ବାପରୀକୁ କାନଧରି ଉଠବସ୍ କରାଇଲେ ମହିଳା

ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ପଞ୍ଚାୟତ ଅନ୍ତର୍ଗତ ବାଉଁଶଖୁଣ୍ଟା ଗ୍ରାମରେ ଶୁକ୍ରବାର ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ମଦ ବେପାରୀଙ୍କୁ କାନ ଧରି ଉଠ୍‍ବସ୍‍ କରାଇଛନ୍ତି। ମହିଳାମାନେ ମଦ ନଷ୍ଟ କରିବା ସହ ଉକ୍ତ ବେପାରୀଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ବାଉଁଶଖୁଣ୍ଟା ଗ୍ରାମରେ ଦୀର୍ଘ ଦିନ ଧରି ଚୋରା ମଦ ବେପାର ହେଉଥିବାରୁ ଗ୍ରାମରେ ମଦ୍ୟପ ଓ ଅସାମାଜିକ ଲୋକଙ୍କ ଉତ୍ପାତ ବୃଦ୍ଧି ପାଉଥିଲା। ଫଳରେ ସନ୍ଧ୍ୟା ପରେ ମହିଳା ଓ ପିଲାମାନେ ଘରୁ ବାହାରକୁ ଯିବାକୁ ଅସୁରକ୍ଷିତ ମନେ କରୁଥିଲେ।

ଗ୍ରାମବାସୀ ବାରମ୍ବାର ପୁଲିସ ଓ ଅବକାରୀ ଅଧିକାରୀଙ୍କୁ ଅଭିଯୋଗ ପରେ ଆଶାନୁରୂପକ ଫଳ ନମିଳିବାରୁ ଆଜି ମହିଳାମାନେ ଗ୍ରାମବାସୀଙ୍କ ସହାୟତାରେ ମଦ ବେପାରୀଙ୍କୁ ମାଡ଼ ମାରିବା ସହ କାନ ଧରି ଉଠ୍‍ବସ୍‍ କରାଇଥିଲେ। ବେପାରୀମାନେ ମଦ ବେପାର କରିବେ ନାହିଁ ବୋଲି କହିବା ପରେ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

Spread the love