ବଜେଟ 2020-21, ମୁଖ୍ୟାଂଶରେ ଜାଣନ୍ତୁ କେଉଁ କ୍ଷେତ୍ରରେ କେତେ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ 2020-21 ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ୩ଟି ଦିଗକୁ ଗୁରୁତ୍ଵ ଦିଆଯାଇଥିବା ସେ କହିଛନ୍ତି। ତେବେ ବଜେଟରେ କେଉଁ କ୍ଷେତ୍ର ପାଇଁ କେ​‌ତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ସେ ବିଷୟରେ ଆସନ୍ତୁ ଜାଣିବା

1-ଉଦ୍ୟୋଗ ଓ ବାଣିଜ୍ୟ କ୍ଷେତ୍ର: ୨୭ ହଜାର ୩୦୦ କୋଟି

2– ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ: ୩୫ ହଜାର ୬୦୦ କୋଟି

3– ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ: ୮୫ ହଜାର କୋଟି

4– ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ କଲ୍ୟାଣ: ୯୫୦୦ କୋଟି

5– ସଂସ୍କୃତି ଓ ପର୍ଯ୍ୟଟନ: ୫୬୫୦ କୋଟି

6– ପବ୍ଲିକ ସେକ୍ଟର ବ୍ୟାଙ୍କ: ୩ ଲକ୍ଷ ୫୪ ହଜାର କୋଟି

7– ଦକ୍ଷତା ବିକାଶ: ୩ ହଜାର କୋଟି

8– ସଡ଼କ ଓ ପରିବହନ: ୧ ଲକ୍ଷ ୭୦ ହଜାର କୋଟି

9– ଲଦାଖର ବିକାଶ ପାଇଁ ୫୯୫୮ କୋଟି

10– ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ : ୧ ଲକ୍ଷ ୨୩ ହଜାର କୋଟି

11– ସ୍ବଚ୍ଛ ଭାରତ ମିଶନ: ୧୨ ହଜାର ୩୦୦ କୋଟି

12– କୃଷି କ୍ଷେତ୍ର: ୨ ଲକ୍ଷ ୮୩ ହଜାର କୋଟି

13– ପାଇପ ଯୋଗେ ଜଳଯୋଗାଣ: ୧୧ ହଜାର ୫୦୦ କୋଟି

14– ଶିକ୍ଷା କ୍ଷେତ୍ର: ୯୯ ହଜାର ୩୦୦ କୋଟି

15– ଜଳ ଜୀବନ ମିଶନ: ୩ ଲକ୍ଷ ୬୦ ହଜାର କୋଟି

16– ସ୍ବାସ୍ଥ୍ୟସେବା କ୍ଷେତ୍ର: ୬୯ ହଜାର କୋଟି

17– ବାୟୁ ପ୍ରଦୂଷଣ ରୋକିବାକୁ ୪୪୦୦ କୋଟି

Spread the love