5 ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ

କେନ୍ଦ୍ର ଅର୍ଥମନ୍ତ୍ରୀ 2020 ବଜେଟରେ କେନ୍ଦ୍ର ସରକାର ମଧ୍ୟବିତ୍ତ ପରିବାର ପାଇଁ ଖୁସି ଖବର ଆଣିଦେଇଛନ୍ତି।  ସରକାର ଆୟକର ଛାଡ଼ ସୀମା ବୃଦ୍ଧି କରିଛନ୍ତି। 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ ଘୋଷଣା ହୋଇଛି। ଅନ୍ୟପଟେ 5 ଲକ୍ଷରୁ 7.5 ଲକ୍ଷ ଟଙ୍କା ବାର୍ଷିକ ଆୟ ପାଇଁ 10% ଆୟକର ଦେବାକୁ ପଡ଼ିବ। ସେହିପରି ବାର୍ଷିକ ଆୟ 7.5 ଲକ୍ଷରୁ 10 ଲକ୍ଷ ମଧ୍ୟରେ ଥିଲେ 15%, 10 ଲକ୍ଷରୁ 12.5 ଲକ୍ଷ ମଧ୍ୟରେ ଥିଲେ 20 ପ୍ରତିଶତ, 12.5 ଲକ୍ଷରୁ 15 ଲକ୍ଷ ମଧ୍ୟରେ ଥିଲେ 25% ଆୟକର ଲାଗୁ ହେବ। ବାର୍ଷିକ 15 ଲକ୍ଷରୁ ଊର୍ଦ୍ଧ୍ଵ ଆୟକାରୀଙ୍କୁ 30% ଆୟକର ଦେବାକୁ ପଡ଼ିବ।

Spread the love