ଏନସିପି ଶରଦଚନ୍ଦ୍ର ପାୱାର ଗୋଷ୍ଠୀକୁ ମିଳିଲା ଦଳୀୟ ଚିହ୍ନ

ନିର୍ବାଚନ ଆୟୋଗ ରାଷ୍ଟ୍ରବାଦୀ କଂଗ୍ରେସ ଗୋଷ୍ଠୀ ଶରତଚନ୍ଦ୍ର ପାୱାର ପାର୍ଟିକୁ ଦଳୀୟ ଚିହ୍ନ ପ୍ରଦାନ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ତରଫରୁ ପାର୍ଟିକୁ ଜଣେ ତୁରୀ ବଜାଉଥିବା ବ୍ୟକ୍ତି ଚିହ୍ନ ଜାରି କରିଛନ୍ତି । ପାର୍ଟି ଲୋକସଭା ନିର୍ବାଚନରେ ଏହି ଚିହ୍ନ ବ୍ୟବହାର କରିବ । ଚିହ୍ନ ଜାରି ହେବା ପରେ ଶରଦ ପାୱାର ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି କି, ଏହା ଆମପାଇଁ ଗର୍ବ କି, ନିର୍ବାଚନ ଆୟୋଗ ଫେବୃଆରୀ ୬ ତାରିଖରେ ଅଜିତ ପାୱାର ଗୋଷ୍ଟୀକୁ ଅସଲି ଏନସପି ବୋଲି ରାୟ ଦେଇ ଆମକୁ ଏନସିପି ଶରଦଚନ୍ଦ୍ର ପାୱାର ନାମ ଦେଇଛନ୍ତି । ନିର୍ବାଚନ ଚିହ୍ନ ପାଇଁ ଶରଦ ପାୱାର ଗୋଷ୍ଟୀ ୩ ଟି ଚିହ୍ନ ପ୍ରସ୍ତାବ ଦେଇଥିଲେ । ଏଥିରେ ବରଗଛ, ସୂର୍ଯ୍ୟଦୋୟ ଓ କପ୍ –ପ୍ଲେଟ ସାମିଲ ଥିଲା ।

ସେହିଭଳି ପାର୍ଟିର ନାମକରଣ ପାଇଁ ଶରଦ ପାୱାର ଗୋଷ୍ଟୀ ୩ଟି ନାମ ପ୍ରସ୍ତାବ ଦେଇଥିଲା । ଏଥିରେ ଏନସିପି ଶରଦଚନ୍ଦ୍ର ପାୱାର ନାମ ଫାଇନାଲ କରାଯାଇଛି । ହେଲେ ଅଜିତ ପାୱାର ଗୋଷ୍ଟୀକୁ ଅସିଲି ଶିବସେନା ବୋଲି ନିର୍ବାଚନ ଆୟୋଗ ରାୟ ଦେବା ପରେ ଶରଦ ପାୱାର କହିଛନ୍ତି କି, ନିର୍ବାଚନ ଆୟୋଗ କେବଳ ଦଳର ଚିହ୍ନ ଛଡାଇ ନେଇନାହଁନ୍ତି ବରଂ ଆମ ପାର୍ଟିକୁ ଅନ୍ୟ ଜଣଙ୍କୁ ଦେଇଦେଇଛନ୍ତି ।

Spread the love