ରାଜ୍ୟପାଳ ବି ଥିଲେ ଏବିଭିପି କାର୍ଯ୍ୟକର୍ତ୍ତା

ରାଜ୍ୟପାଳ ବି ଥିଲେ ଏବିଭିପି କାର୍ଯ୍ୟକର୍ତ୍ତା । ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ରୂପେ ଅନେକ କିଛି ଶିଖିଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କଟକ ଠାରେ ଆରମ୍ଭ ହୋଇଥିବା ୪୪ତମ ରାଜ୍ୟ ଅଧିବେଶନର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବିଦ୍ୟାର୍ଥୀ ମାନଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ସେ ପରିଷଦର କାର୍ଯ୍ୟକର୍ତ୍ତା ଭାବେ ସମାଜସେବା, ରାଷ୍ଟ୍ରସେବା ଆଦି ଅଳ୍ପ ବହୁତେ ଶିକ୍ଷା ଲାଭ କରିଛନ୍ତି । ବିଦ୍ୟାର୍ଥୀ ମାନେ ସଂଗଠିତ ହୋଇ ରାଷ୍ଟ୍ର ପୁନଃନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରିବା ସହ ଅନ୍ୟର ପ୍ରସନ୍ନତାରେ ସ୍ୱଂୟ ପ୍ରଶନ୍ନ ହେବାକୁ ଉପଦେଶ ଦେଇଥିଲେ ।

ନିଜ ବକ୍ତବ୍ୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଉଲ୍ଳେଖ କରି, ସାବଧାନତା, ଜାଗ୍ରତା ଓ ଦକ୍ଷତା ବିଦ୍ୟାର୍ଥୀ ଜୀବନର ମୂଳ ଉପାଦାନ ବୋଲି ରାଜ୍ୟପାଳ ମତପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ପରିଷଦର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଆଶିଷ ଚୌହାନ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ସମାଜର ପ୍ରତିଟି କ୍ଷେତ୍ରରେ ଛାତ୍ରମାନଙ୍କ ନେତୃତ୍ୱର ଆବଶ୍ୟକତା ରହିଛି ଓ ଆମକୁ ସେହି ଖାଲି ସ୍ଥାନ ଗୁଡିକୁ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ ସହ ପୂରଣ କରିବାକୁ ପଡିବ ।

ପରିଷଦର ଦୀର୍ଘ ୭୦ବର୍ଷର ଯାତ୍ରା ମଧ୍ୟରେ ଏହାର ଲକ୍ଷାଧିକ କାର୍ଯ୍ୟକର୍ତ୍ତା ସମାଜସେବା, ସାହିତ୍ୟ ରାଜନୀତି ତଥା ରାଷ୍ଟ୍ରଗଠନର ପ୍ରତିଟି କ୍ଷେତ୍ରରେ ନିଜ ବଳିଷ୍ଠ ନେତୃତ୍ୱର ପ୍ରମାଣ ଦେଇଛନ୍ତି ବୋଲି ସେ ମତ ରଖିଥିଲେ । ସେ ବିଶ୍ୱର ୨୨ ଦେଶ ଭ୍ରମଣ କରି ମାତୃତ୍ୱ ଓ ଶିଶୁର ଯତ୍ନ ସମ୍ପର୍କରେ ଅବଗତ କରାଇଥିଲେ ।

ଏହି ଆବସରରେ ବିଶିଷ୍ଠ ସମାଜସେବୀ ତଥା ବିଦ୍ୟାର୍ଥୀ ପରିଷଦର ପୂର୍ବତନ ରାଜ୍ୟ ସଙ୍ଗଠନ ସମ୍ପାଦକ କୁମାର କୃଷ୍ଣଚନ୍ଦ୍ର ରାଏଙ୍କୁ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ସମ୍ନାନିତ କରାଯାଇଥିଲା । ଆଜିର ଛାତ୍ର ସମାଜ ସନ୍ଥ ଭୀମଭୋଇ, ଗୋପବନ୍ଧୁ ଦାଶ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରଶ୍ୱତୀଙ୍କ ତ୍ୟାଗପୂର୍ଣ୍ଣ ଜୀବନଶୈଳୀରୁ ବହୁକଥା ଶିଖିବାର ଅଛି ବୋଲି କୁମାର କୃଷ୍ଣ ଚନ୍ଦ୍ର ରାଏ ମତବ୍ୟକ୍ତ କରିଥିଲେ ।

Spread the love