ସିଏଏକୁ ସମର୍ଥନ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି

ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ । ମୋଦି ସରକାରଙ୍କ ଏହା ଏକ ଐତିହାସିକ ନିଷ୍ପତି । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି ବୋଲି ଓଡିଶାବାସୀ ବୁଝି ସାରିଛନ୍ତି । ସାରା ଓଡିଶାବାସୀ ଏବେ ଏହି ଆଇନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଏହା ସହ ରାଜ୍ୟ ବିଜେପି ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନତା ରାଲି ଏବଂ ବିଶାଳ ଜମସମାବେଶ କରାଯାଉଛି । ଏହି ଅବସରରେ ଆଜି ଭୁବନେଶ୍ୱର ସ୍ଥିତ ଭରତପୁରଠାରେ ରାଜ୍ୟ ସଭାପତି  ସମୀର ମହାନ୍ତି ଜନସଂପର୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଏଏକୁ ସମର୍ଥନ କରିବା ସହ ଏଭଳି ଐତିହାସିକ ନିଷ୍ପତି ନେଇଥିବାରୁ ମୋଦିଙ୍କୁ ଧନ୍ୟବାଦ ଜଣାଇ ପୋଷ୍ଟକାର୍ଡ ମାଧ୍ୟମରେ ପତ୍ର ଲେଖିଛନ୍ତି । ଏହା ସହ ନାଗରିକତା ସଂଶୋଧନ ଆଇନ ନେଇ ଥିବା ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱନ୍ଦ୍ୱକୁ ଶ୍ରୀ ମହାନ୍ତି ଦୂର କରିବା ସହ ଏହି
ଆଇନର ଉପକାରିତା ସଂପର୍କରେ ବୁଝାଇଛନ୍ତି ।
ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପ୍ରତ୍ୟେକ ସ୍ଥାନରେ ଜନ ଜାଗରଣ କାର୍ଯ୍ୟକ୍ରମ, ଜନସଭା, ସଚେତନତା ସମାବେଶ ଆଦି କରାଯାଉଛି । ଏହା ସହ ବିଜେପି କାର୍ଯ୍ୟକର୍ତାମାନେ ପ୍ରତ୍ୟେକ ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ, ପଦଯାତ୍ରା ସହ ଘରକୁ ଘର ଯାଇ ସିଏଏ ସଂପର୍କିତ ତଥ୍ୟ ପ୍ରଦାନ କରି ସାଧାରଣ ଲୋକଙ୍କୁ ସଚେତନ କରୁଛନ୍ତି ।
ସୋସିଆଲ ମିଡିଆରେ ହ୍ୟାସ ଟ୍ୟାଗ ଓଡିଶା ସପୋର୍ଟ ସିଏଏ  କରି ଓଡିଶାବାସୀ ସମର୍ଥନ ଜଣାଇଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ
ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । କିନ୍ତୁ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି
ହିଂସା ସୃଷ୍ଟି କରୁଛନ୍ତି । ଏହା ସହ ‘୮୮୬୬୨-୮୮୬୬୨’ ନମ୍ବରରେ ମିସଡ କଲ ଦେଇ ସିଏଏ ସମର୍ଥନ ଦେବାକୁ ଶ୍ରୀ ମହାନ୍ତି ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ ।
ଏହି ଜନସଂପର୍କ କାର୍ଯ୍ୟକ୍ରମରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ, ବାବୁ ସିଂଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love