ସକାଳ ସାଢେ ୮ଟା ସୁଦ୍ଧା ରାଜ୍ୟରେ ବଢ଼ିଲା ତାପମାତ୍ରା: ପାରାଦୀପରେ ସର୍ବାଧିକ ୩୧.୨ ଡିଗ୍ରି

ଭୁବନେଶ୍ୱର: ଆଜି ସକାଳ ସାଢେ ୮ଟା ସୁଦ୍ଧା ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୩୦ ଡିଗ୍ରୀରୁ ଅଧିକ ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାରାଦୀପରେ ତାପମାତ୍ରା ୩୧.୨ ଡିଗ୍ରି ସେଲସିଅସ୍ ଥିବା ବେଳେ ଚାନ୍ଦବାଲିରେ ୩୧.୨ ଡିଗ୍ରି ସେଲସିଅସ୍, ଭୁବନେଶ୍ୱରରେ ୩୦.୨ ଡିଗ୍ରି ସେଲସିଅସ୍, ବାଲେଶ୍ୱରରେ ୩୦.୨ ଡିଗ୍ରି ସେଲସିଅସ୍, ପୁରୀରେ ୩୦.୨ ଡିଗ୍ରି ସେଲସିଅସ୍, ଝାରସୁଗୁଡ଼ାରେ ୨୯.୮ ଡିଗ୍ରି ସେଲସିଅସ୍, ରାଉରକେଲାରେ ୨୯.୬ ଡିଗ୍ରି ସେଲସିଅସ୍, ଗୋପାଳପୁରରେ ୨୮.୬ ଡିଗ୍ରି ସେଲସିଅସ୍, କେନ୍ଦୁଝରରେ ୨୮.୪ ଡିଗ୍ରି ସେଲସିଅସ୍, ସମ୍ବଲପୁରରେ ୨୮.୪ ଡିଗ୍ରି ସେଲସିଅସ୍ ଓ ହୀରାକୁଦରେ ୨୭.୬ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି।

Spread the love