ନାରୀ ଗର୍ଭବତୀ ନ ହେବାର କାରଣ ! କଣ କହୁଛି ଗବେଷଣା

ଆମେ ଆପଣଙ୍କୁ କହିବୁ ନାରୀ ଗର୍ଭବତୀ ନ ହେବାର କିଛି କାରଣ । ବିବାହର କିଛି ଦିନ ବିତିଗଲେ ଯଦି ନାରୀ ଗର୍ଭବତୀ ନ ହୁଏ ତେବେ ସମସ୍ତେ ନାରୀର ଡୋସା ହିଁ ଦେଇ ଥାନ୍ତି କି ତାର କୌଣସି ଶାରୀରିକ ଅସୁସ୍ଥତା କାରଣରୁ ଏଭଳି ହୋଇଥାଏ ।

Human Reproduction ର ଏକ ଅଧୟନରୁ ଜଣାପଡିଛି କି ଅଧିକାଂଶ ଦମ୍ପତ୍ତି ବିବାହର କିଛି ଦିନ ପର୍ଯ୍ୟନ୍ତ ଜାଣିକି ସନ୍ତାନ ଶୁଖାରୁ ବଞ୍ଚିତ ରହୁଥିବା ର ଜଣାପଡିଛି । ଏହି ଅଧ୍ୟୟନରୁ ମହିଳା ଓ ପୁରୁଷ ମାନଙ୍କ ବିଷୟରେ କିଛି ଏଭଳି ତଥ୍ୟ ଅଜଣା ପଡିଛି ଯାହା ଗର୍ଭଧାରଣରେ ବାଧା ସୃଷ୍ଟି କରିଥାଏ । ତେବେ ଚାଳନ୍ତୁ ଜାଣିବା ସେହି ବିଷୟରେ ।

ମେଦବହୁଳତା

ମେଦବହୁଳତା ଯୋଗୁ ପୁରୁଷ ମାନେ ଠିକ ଭାବେ କାର୍ଯ୍ୟ କରି ପାରନ୍ତି ନାହିଁ, ଯେଉଁଥିପାଇଁ ସେମାନଙ୍କର ଶୂକ୍ରାଣୁ ମଧ୍ୟ ହ୍ରାସ ପାଏ । ମହିଳା ମାନଙ୍କର ମେଦବହୁଳତା ହେଲେ ପେଟରେ ଚର୍ବି ବଢି ଥାଏ । ଗର୍ଭାଶୟରେ ଚର୍ବି ବଢିବା କାରଣରୁ ଡିମ୍ବାଣୁ ସୃଷ୍ଟି ହୋଇ ନଥାଏ । ସେଥିପାଇଁ ଗର୍ଭଧାରଣ ସମ୍ଭବ ହୁଏ ନାହିଁ ।

ବୟସ

ପୁରୁଷ ମାନଙ୍କର ୩୫ରୁ ୪୦ବୟସ ରେ ପହଞ୍ଚିଲେ ସେମାନଙ୍କର ଶୂକ୍ରାଣୁ ହ୍ରାସ ପାଇଥାଏ । ସେହିଭଳି ମହିଳା ମାନେ ୪୦ ବର୍ଷ ର ହେଲେ ସେମାନଙ୍କ ମଧ୍ୟରେ ଯେଉଁ ହରମୋନ ଚେଞ୍ଜେସ ହୁଏ ସେଥିପାଇଁ ଗର୍ଭଧାରଣ ଆସା କମିଥାଏ ।

ନିଶା ସେବନ

ପୁରୁଷ ମାନେ ଅଧିକ ଧୂମ୍ରପାନ ବା ମଦ ପିଇବା କାରଣରୁ ଶୂକ୍ରାଣୁ ହ୍ରାସ ପାଇଥାଏ । ସେହିଭଳି ମହିଳା ମାନେ ଅଧିକ ନିଶା ସେବନ କରିଲେ ବା ଅଧିକ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହିଲେ ତଥା ଅସୁସ୍ଥ ଜୀବନ ଶୈଳୀ ପାଇଁ ସହଜରେ ଗର୍ଭଧାରଣ କରିପାରନ୍ତି ନାହିଁ ।

ଅବସାଦ

ମହିଳା ହେଉ କି ପୁରୁଷ ଯଦି ଇ ଅବସାଦରେ ବା କୌଣସି ଚିନ୍ତାରେ ରୁହନ୍ତି ତେବେ ସେମାନଙ୍କର ଗର୍ଭଧାରଣରେ ଅନେକ ସମସ୍ଯା ଦେଖାଦିଏ ।

କର୍ମଚାପ

ଅଧିକ ସମୟ କାମ କରିବା ବା କର୍ମ ଚାପ ଯୋଗୁ ଚିନ୍ତା ରେ ରହୁଥିଲେ ମହିଳା ଙ୍କର ଡିମ୍ବାଣୁ ହ୍ରାସ ପାଏ ସେଥିପାଇଁ ଗର୍ଭଧାରଣ ରେ ଅନେକ ସମସ୍ଯା ଦେଖାଦିଏ ।

କଣ କରିବେ ଉପାୟ

ପୁରୁଷ ମାନଙ୍କ ପାଇଁ

1-କଞ୍ଚା ଟମାଟୋକୁ ଅଲିଭ ତେଲରେ ଭାଜି ଖାଇଲେ ଏହା ପୁରୁଷଙ୍କର ଶୂକ୍ରାଣୁ ବଢାଇବାରେ ସାହାଯ୍ୟ କରିଥାଏ ।

2- ପ୍ରତ୍ୟକ ଦିନ ୭୫ ଗ୍ରାମ ଅଖରୋଟ ଖାଇଲେ ପୁରୁଷଙ୍କର ଶୂକ୍ରାଣୁ ବଢିଥାଏ

୩- ରଶୁଣରେ ଥିବା ଏଲସିନ ପୁରୁଷ ମାନଙ୍କ ଯୌନାଙ୍ଗରେ ରକ୍ତ ପ୍ରବାହକୁ ବଢାଇଥାଏ । ପୁରୁଷ ମାନେ ପ୍ରତ୍ୟକ ଦିନ ସକାଳୁ ୩ ରୁ ୪ ପାଖୁଡା ରଶୁ ଚୋବାଇ ଖାଇବା ଆବଶ୍ୟକ ।

ମହିଳା ମାନଙ୍କ ପାଇଁ

୧- ବାଦାମ ଖାଇବା ଦ୍ଵାରା ମହିଳା ମାନଙ୍କର ଗର୍ଭଧାରଣ କ୍ଷମତା ବଢିଥାଏ ।

୨- ଗର୍ଭଧାରଣ କରିବାକୁ ଚାହୁଁଥିବା ମହିଳାମାନେ ଅଧିକ ଅଣ୍ଡା ଖାଇବା ଜରୁରୀ ।

୩- ନିୟମିତ ଗୋଟେ କମଳା ଖାଇବା ଦ୍ଵାରା ହରମୋନକୁ ସନ୍ତୁଳନ ରାଖୀ ଗର୍ଭଧାରଣ ରେ ସାହାଯ୍ୟ କରେ ।

୪- କଦଳୀ ଖାଇବା ଦ୍ଵାରା ମଧ୍ୟ ମହିଳା ମାନଙ୍କର ଏହି ସମସ୍ୟା ଦୂର ହେବ ।

Spread the love