୨୬ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ୨୬ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଉବଲବ୍ଧ ହେବ । ୧୨ଟା ୩୦ରେ ଟାବୁଲେସନ୍ ରେଜିଷ୍ଟର ଉପଲବ୍ଧ ହେବ । ସେହିଦିନ ଅପରାହ୍ନ ୪ଟା ସମୟରେ ପିଲାଙ୍କୁ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ୍ ମିଳିଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଅନଲାଇନରୁ ଡାଉନଲୋଡ କରିପାରିବେ । (website: bseodisha.nic.in.)ମେଟ୍ରିକ ରେଜଲ୍ଟ ହ୍ୱାଟ୍ସଆପରେ ମଧ୍ୟ ଉପଲବ୍ଧ ହେବ ।  ଇଣ୍ଟରନେଟ୍ ସୁବିଧା ପାଇପାରୁନଥିବା ଅଞ୍ଚଳ ଗୁଡିକ ପାଇଁ ଏହି ସୁବିଧା କରାଯାଇଛି ।

Spread the love