ଫ୍ୟାସନ୍‌ ଡିଜାଇନିଂ ଛାତ୍ରୀଙ୍କୁ ଗୁଳିମାଡ

ଭୁବନେଶ୍ୱରରେ ବିଚ୍‌ ରାସ୍ତାରେ ଛାତ୍ରୀଙ୍କୁ ଗୁଳି ମାରି ଫରାର ହେଲେ ଦୁର୍ବୃତ୍ତ । କିଛି ଦିନର ବରାମ ପରେ ପୁଣି ରାଜଧାନୀରେ ଫୁଟିଲା ଗୁଳି । ଇନଫୋସିଟି ଥାନା ଅଞ୍ଚଳରେ ଯୁବତୀଙ୍କୁ ଗୁଳିମାଡ଼ କରାଯାଇଛି । ପୁରୁଷ ବନ୍ଧୁଙ୍କ ସହିତ ଥିବାବେଳେ ଯୁବତୀଙ୍କୁ ଦୁଇଜଣ ଦୁର୍ବତ୍ତ ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି । ଯୁବତୀଙ୍କ ଦୁଇ ଜଂଘରେ ଗୁଳି ବାଜିଥିବା ସୂଚନା । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ଏକ ଜାତୀୟ ଫ୍ୟାସନ୍‌ ଡିଜାଇନିଂ କଲେଜର ଛାତ୍ରୀ ବୋଲି ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love