ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ ଫ୍ଲାକ୍ସ ସିଡ୍ସ, ଜାଣନ୍ତୁ କିପରି କରିବେ ସେବନ

ବର୍ତ୍ତମାନର ଅନ୍‌ ହେଲଦି ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ପ୍ରାୟତଃ ଲୋକମାନେ ଅସୁସ୍ଥ ହେଉଛନ୍ତି । ଏଥିପାଇଁ ଡ଼କ୍ତାର ପରାମର୍ଶ ଦିଅନ୍ତି ଯେ ହେଲଦି ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ତେବେ ଆପଣ ଫ୍ଲାକ୍ସ ସିଡ୍ସ ବିଷୟରେ ଶୁଣିଥିବେ ଯାହାକୁ ଏକସୁପରଫୁଡ୍ ମଧ୍ୟ କହୁଯାଏ । ଏଥିରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ରହିଥାଏ । ଫ୍ଲାକ୍ସ ସିଡ୍ସ ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ, ସେଗୁଡ଼ିକରେ ସେତିକି ପୋଷକ ତତ୍ତ୍ୱରେ ଭରପୂର ରହିଥାଏ । ଏହା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଫ୍ଲାକ୍ସ ସିଡ୍ସରେ ହେଲଦି ଫ୍ୟାଟ, ପ୍ରୋଟିନ୍, କ୍ୟାଲସିୟମ୍, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଇତ୍ୟାଦି ପ୍ରଚୁର ପରିମାଣରେ ମିଳିଥାଏ । ଯଦି ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରୋଲ୍ ବଢିବାରେ ଲାଗିଛି, ତେବେ ଆପଣ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏହି ସୁପରଫୁଡ୍ ଖାଇ ପାରିବେ । ଖରାପ କୋଲେଷ୍ଟ୍ରଲ ଆମ ଶରୀରରେ ହାର୍ଟ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିପାରେ । ଆହୁରି ମଧ୍ୟ, ଫ୍ଲାକ୍ସ ସିଡ୍ସ ଖାଇବା ଦ୍ୱାରା ଓଜନ ମଧ୍ୟ ସହଜରେ କମ୍‌ ହୋଇଥାଏ । ଏଥିରେ ଥିବା ଫାଇବର ଆପଣଙ୍କ ହଜମ ଶକ୍ତିକୁ ମଧ୍ୟ ଭଲ କରିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ଫ୍ଲାକ୍ସ ସିଡ୍ସ ଖରାପ କୋଲେଷ୍ଟ୍ରଲରେ କିପରି ଉପକାରୀ ଏବଂ ଏହାକୁ କିପରି ଖାଇବା ଉଚିତ ।

ଜାଣନ୍ତୁ ଏହା ଖରାପ କୋଲେଷ୍ଟ୍ରଲରେ କିପରି କାମ କରେ :
ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ଫ୍ଲାକ୍ସ ସିଡ୍ସ ଉପଯୋଗୀ ହୋଇଥାଏ । ଏହାର ବ୍ୟବହାର ଆପଣଙ୍କ ଶରୀରରେ ଭଲ କୋଲେଷ୍ଟ୍ରଲ୍ର ମାତ୍ରା ବଢାଇଥାଏ । ଏହା ବ୍ୟତୀତ ଏହା ଆହୁରି ଅନେକ ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ତେବେ ବ୍ଲଡରେ ଥିବା ଖରାପ କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିବାରେ ଫ୍ଲାକ୍ସ ସିଡ୍ସରେ ଥିବା ଫାଇବର ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଆହୁରି ମଧ୍ୟ, ଏଥିରେ ଓମେଗା – ୩ ଫ୍ୟାଟି ଏସିଡ୍ ଭରପୂର ରହିଥାଏ, ଯାହା ହାର୍ଟ ପାଇଁ ଲାଭଦାୟକ ହୋଇଥାଏ ।

ଏହି ରୋଗରେ ମଧ୍ୟ ଏହା ଲାଭଦାୟକ :
ଓଜନ କମ୍‌ କରେ : ଫ୍ଲାକ୍ସ ସିଡ୍ସ ଫାଇବରରେ ଭରପୂର ହୋଇଥାଏ, ଯାହା ମଧ୍ୟ ଶୀଘ୍ର ଓଜନ କମ୍‌ କରିଥାଏ । ଯଦି ଆପଣଙ୍କର ଅଧିକ ଓଜନ, ତେବେ ଏହାକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ । ଏହାକୁ ଖାଇବା ଦ୍ୱାରା ଆପଣ ସହଜରେ ଓଜନ କମ୍‌ କରିପାରିବେ ।

ହାଡ ଯନ୍ତ୍ରଣା ଦୂର ହୋଇଥାଏ : କ୍ୟାଲସିୟମରେ ଭରପୂର ଫ୍ଲାକ୍ସ ସିଡ୍ସ ଦୁର୍ବଳ ହାଡକୁ ମଜ୍‌ବୁତ କରିଥାଏ । ଏହାକୁ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ସଂପୂର୍ଣ୍ଣ କମିଯିବ । ସେଥିପାଇଁ ଏହି ସିଡ୍ସକୁ ଖାଦ୍ୟରେ ସାମିଲ କରିବା ଉଚିତ ।

କେଶ ପାଇଁ ଲାଭଦାୟକ : ଫ୍ଲାକ୍ସ ସିଡ୍ସ କେଶ ପାଇଁ ବହୁତ ଲାଭଦାୟକ । ଏହାକୁ ବ୍ୟବହାର କରିବା ଦ୍ୱାରା ଅନେକ କେଶ ସମ୍ବନ୍ଧୀୟ ସମସ୍ୟା ନିୟନ୍ତ୍ରିତ ହୋଇଥାଏ । ଏହା କେଶ ଝଡିବା ରୋକିଥାଏ, ରୁପି ସମସ୍ୟା କମ୍‌ କରେ ଏବଂ କେଶକୁ ମଜବୁତ କରିଥାଏ ।

ଫ୍ଲାକ୍ସ ସିଡ୍ସକୁ କିପରି ଖାଇବ :
ପ୍ରତିଦିନ ୧ ରୁ ୨ ଚାମଚ ଫ୍ଲାକ୍ସ ସିଡ୍ସ ଖାଇବା ଉଚିତ୍ । ଆପଣ ଫ୍ଲାକ୍ସ ସିଡ୍ସ ଭିଜାଇ ଖାଇପାରିବେ । ଯଦି ଆପଣ ଚାହିଁବେ, ଆପଣ ଏହାକୁ ଉଷୁମ ପାଣିରେ ମିଶାଇ ପିଇପାରିବେ । ଏହିପରି ଅନେକ ଏନଜାଇମ୍ ଏଥିରେ ମିଳିଥାଏ, ଯାହା ଖରାପ କୋଲେଷ୍ଟ୍ରଲ୍ କମ୍‌ କରିବାରେ ସହାୟକ ହୋଇଥାଏ । ତେବେ ଏଥିପାଇଁ ଆପଣ ପ୍ରତିଦିନ ନିଜ ଡାଏଟ୍‌ରେ ଫ୍ଲାକ୍ସ ସିଡ୍ସ ସାମିଲ କରିବା ଉଚିତ ।

Spread the love