ରତ୍ନଭଣ୍ଡାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍

ରତ୍ନଭଣ୍ଡାର ଖୋଲିବା ନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ୍ ମିଡିଆ ଏକ୍ସରେ ଟ୍ୱିଟ୍ କରି ଲେଖିଛନ୍ତି, ହେ ମହାପ୍ରଭୁ ତୁମେ ଲୀଳାମୟ । ତୁମ ଇଚ୍ଛାରେ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା । ଏହି ମହାନ କାର୍ଯ୍ୟ ସଫଳ ହେବ ମୋର ବିଶ୍ୱାସ । ତୁମ ଇଚ୍ଛାରେ ଓଡିଆ ଜାତି ଆଜି ଆଗକୁ ବଢୁଛି । ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢୁଛି । ତୁମ ଆଶୀର୍ବାଦରେ ପ୍ରତ୍ୟେକ ଓଡିଆ ଜାତି, ଗୋଷ୍ଠୀ ଓ ସର୍ବୋପରି ରାଜନୀତିର ଭେଦକୁ ଭୁଲି ଆଧ୍ୟାତ୍ମିକ ଓ ଭୌତିକ ଜଗତରେ ଓଡିଶାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ । ଏତିକି ଆପଣଙ୍କ ନିକଟରେ ପ୍ରାଥନା ।

Spread the love