କ୍ଷୀରଚୋରା ଗୋପୀନାଥଙ୍କ ପୀଠରେ ଆଜି ପାଳନ ହେବ ଜନ୍ମାଷ୍ଟମୀ

ବାଲେଶ୍ଵର : ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଧର୍ମ ପୀଠ ମାନଙ୍କ ମଧ୍ୟରୁ ବାଲେଶ୍ଵର ରେମୁଣାର କ୍ଷୀରଚୋରା ଗୋପୀନାଥ ପୀଠ ଅନ୍ୟତମ । ଏହି ପବିତ୍ର ଧର୍ମ ପୀଠର ପୌରାଣିକ କଥାବସ୍ତୁ ଯେତିକି ରୋଚକ ପୂର୍ଣ୍ଣ ସେତିକି ସ୍ୱତନ୍ତ୍ରତା ମଧ୍ୟ । ଉତ୍ତର ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବରେ ଗଣାଯାଏ ରେମୁଣାର ପ୍ରଭୁ କ୍ଷୀରଚୋରା ଗୋପୀନାଥଙ୍କ ପୀଠକୁ । ଏହି ପର୍ଯ୍ୟଟନ ସ୍ଥଳୀର ଇତିହାସ ଓ ପୌରାଣିକ କଥାବସ୍ତୁ ଅବଲୋକନ କଲେ କ୍ଷୀରଚୋରା ଗୋପୀନାଥ ପୀଠର ମହତ୍ତ୍ଵ ବେଶ୍ ବାରୀ ହୋଇ ପଡ଼ିଥାଏ ।

ଏହା ଗଙ୍ଗବଂଶର ରାଜା ଲାଙ୍ଗୁଳା ନରସିଂହଦେବଙ୍କ ଦ୍ୱାରା ତିଆରି କରାଯାଇଥିଲା ଯେକି ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ । ଏଠାରେ ତିନି ଠାକୁର ଶ୍ରୀ ମଦନମୋହନ , ଶ୍ରୀ ଗୋବିନ୍ଦ , ଶ୍ରୀ ଗୋପୀନାଥ ତିନି ଠାକୁର ବିରାଜିତ ହୋଇଥିବାରୁ ଏହାକୁ ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ ଧାମ ବୋଲି ମଧ୍ୟ କୁହାଯାଏ । ଆଜି ସମଗ୍ର ଭାରତରେ ଜନ୍ମାଷ୍ଟମୀକୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଥିବା ବେଳେ  ଏଠାରେ ବିଧି ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳେ । ଦିନକ ପରେ ଏଠି ଜନ୍ମାଷ୍ଟମୀ ପାଳନ ହୁଏ ।  ତେବେ କାହିଁକି ଏଠାରେ ବ୍ୟତିକ୍ରମ ରହିଛି ?

ବର୍ଷ ସାରା ଏହି ମନ୍ଦିରକୁ ଦେଶ ବିଦେଶରୁ ଅନେକ ଭକ୍ତଙ୍କ ସୁଅ ଛୁଟିଥାଏ । ପୌରାଣିକ କଥା ବସ୍ତୁ ଅନୁସାରେ ଥରେ ଜଣେ ଭକ୍ତ ମାଧବେନ୍ଦ୍ର ପୁରୀ, ବୃନ୍ଦାବନର ତାଙ୍କର ସେବିତ ଠାକୁର ଶ୍ରୀ ଗୋପାଳଙ୍କ ପାଇଁ ଜଗନ୍ନାଥ ପୁରୀରୁ ମଲୟ ଚନ୍ଦନ ନେବା ଉଦ୍ଦେଶ୍ୟରେ ବୃନ୍ଦାବନରୁ ଚାଲି ଚାଲି ଆସି ରେମୁଣା ଗୋପୀନାଥ ମନ୍ଦିରରେ ବିଶ୍ରାମ କରିଥିଲେ । ଗୋପୀନାଥଙ୍କ ଠାରେ ଲାଗିଥିବା କ୍ଷୀରଭୋଗ (ଅମୃତକେଳି)କୁ ଦେଖି ଭୋଗ ପାଇବାର ଇଚ୍ଛା ହୋଇଥିଲା ।

” alt=”” aria-hidden=”true” />ଶ୍ରୀ ଗୋପୀନାଥ ଭକ୍ତର ମନକଥା ଜାଣିପାରି ବାରଟି କ୍ଷୀରଭୋଗ ମଧ୍ୟରୁ ଗୋଟିଏ କ୍ଷୀରଭୋଗ ତାଙ୍କ ପିନ୍ଧିଥିବା ଧୋତିତଳେ ଲୁଚାଇ ରଖି ପୂଜକକୁ ଅର୍ଦ୍ଧରାତ୍ରିରେ ଉଠାଇ ଭକ୍ତ ମାଧବେନ୍ଦ୍ରଙ୍କୁ କ୍ଷୀରଭୋଗ ଦେଇଆସିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୂଜକ ଉଠି ସ୍ନାନକରି ସତକୁ ସତ ଦେଖିଲେ ଗୋପୀନାଥଙ୍କ ପିନ୍ଧା ବସନ ତଳେ କ୍ଷୀର ଭୋଗଟିଏ ଅଛି । ସେ ତୁରନ୍ତ କ୍ଷୀରଭୋଗଟି ନେଇ କିଛି ଦୂରରେ ବସି କୀର୍ତନ କରୁଥିବା ମାଧବେନ୍ଦ୍ରଙ୍କୁ ଦେଇଥିଲେ । ମାଧବେନ୍ଦ୍ର ସେଇ କ୍ଷୀରଭୋଗ ପାଇ ଆନନ୍ଦରେ ନୃତ୍ୟ କରି ମୁର୍ଚ୍ଛିତ ହୋଇପଡ଼ିଲେ ।

ସେବେଠାରୁ ପ୍ରଭୁ କ୍ଷୀର ଚୋରା ଗୋପୀନାଥଙ୍କ ପୀଠରେ ତିନି ବିଗ୍ରହ ପୂଜା ପାଇ ଆସୁଛନ୍ତି । କେବଳ ଯେ ଓଡ଼ିଶା ନୁହଁ ବହୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଏହି ପୀଠକୁ ପ୍ରଭୁଙ୍କୁ ଦର୍ଶନ ପାଇଁ ଆସନ୍ତି । ଏହି ପୀଠରେ ଭକ୍ତଙ୍କୁ ପ୍ରସାଦ ଭାବରେ ଅମୃତ କେଳି ଅର୍ଥାତ୍ କ୍ଷୀର ଭୋଗ ମିଳେ । ପ୍ରାଚୀନ ମନ୍ଦିର ଶହ ଶହ ବର୍ଷ ପରେ କ୍ରମଶଃ ଭଗ୍ନ ଅବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଗତ ସରକାରରେ ମନ୍ଦିରର ଉନ୍ନତିକରଣ ପାଇଁ ମନ୍ଦିର ପରିକ୍ରମା , ରୋଷ ଘର , ଗୋଶାଳା , ଆଦିର ଉନ୍ନତିକରଣ ହୋଇଛି । ଆଗାମୀ ଦିନରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଅର୍ଥ ବିନିଯୋଗ ହୋଇଛି ।

Spread the love