ନିଜକୁ ଜଗନ୍ନାଥଙ୍କ ସହ ତୁଳନା କରିଥିବା ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ
ଭୁବନେଶ୍ବର: ମହାପ୍ରଭୁ ଜଗନ୍ନାଥଙ୍କୁ ବିଜେପି ସରକାର ଓ ଏହାର ନେତାମାନେ ଅପମାନିତ କରିଆସୁଛନ୍ତି। ଓଡ଼ିଆ ଅସ୍ମିତାର ଦ୍ବାହି ଦେଇ ସରକାରକୁ ଆସିଥିବା ବିଜେପି ସରକାର କ୍ଷମତା ଲୋଭରେ ଅନ୍ଧ ହୋଇଗଲାଣି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜକୁ ଜଗନ୍ନାଥଙ୍କ ସହ ତୁଳନା କରିବାକୁ ମଧ୍ୟ ପଛାଉନାହାନ୍ତି। ଏହାର ପ୍ରତିବାଦରେ ଆଜି ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି।
ନଚେତ୍ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଯେଉଁ ଜିଲ୍ଲାକୁ ଗସ୍ତ କରିବେ ସେଠାରେ ତାଙ୍କୁ ତୀବ୍ର ବିରୋଧ କରାଯିବ। ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସବୁ ଜିଲ୍ଲାରେ ନଡ଼ିଆ ଅର୍ପଣ କରାଯିବ ବୋଲି କୁହାଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ୟାସିର ନୱାଜ, ସୁଦୀପ ସାମଲ, ଗୋପନ ମାର୍ଥା, କାର୍ତ୍ତିକ କାଣ୍ଡି, ଲକ୍ଷ୍ମୀପ୍ରିୟା ନାୟକ, ଶ୍ରୀୟାସ୍ମିତା ପଣ୍ଡା, ମିର୍ଜା ଇସଲାମ ବେଗ, ମହମ୍ମଦ ପରଭେଜ, ବଳରାମ ନନ୍ଦ, ବିରଞ୍ଚି ବାରିକ, ସୂରଜ ବାରିକ ଓ ଅନ୍ୟମାନେ ସାମିଲ ହୋଇଥିଲେ।