ଓଜନ ବଢିବାକୁ ନେଇ ଚିନ୍ତିତ କି ? ଡାଏଟ୍‌ରେ କରନ୍ତୁ କିଛି ଏଭଳି ପରିବର୍ତ୍ତନ, ମିଳିବ ଅନେକ ଫାଇଦା

ଓଜନ ବଢିବା ସହିତ ଆମ ଶରୀରରେ ଅନେକ ରୋଗ ହେବାର ଆଶଙ୍କା ବଢିଯାଏ । ତେଣୁ, ଶାରୀରିକ ଭାବରେ ସକ୍ରିୟ ଏବଂ ଉପଯୁକ୍ତ ଖାଦ୍ୟ ଗ୍ରହଣ କରି ଫିଟ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହା ସତ୍ତ୍ୱେ, ଭୁଲ ଖାଇବା ଅଭ୍ୟାସ ଏବଂ ଖରାପ ଲାଇଫ ଷ୍ଟାଇଲ ଯୋଗୁଁ ଲୋକମାନେ ମେଦବହୁଳତାର ଶିକାର ହୁଅନ୍ତି କିମ୍ବା ଓଜନ ବଢିଯାଏ । ଠିକ୍, ଆଜିର ସମୟରେ, ଓଜନ କମ କରିବା ଏକ ପ୍ରକାର ଟ୍ରେଣ୍ଡ ହୋଇଗଲାଣି ଲୋକମାନେ ବିଭିନ୍ନ ପ୍ରକାରର ବ୍ୟାୟାମ କରିବା ରୁଟିନ୍ ଏବଂ ମହଙ୍ଗା ଡାଏଟ୍ ପ୍ଲାନ୍ ଫଲୋ କରିବା ଆରମ୍ଭ କରିଛନ୍ତି । କିଛି ଲୋକ ଫିଟନେସ କରିବାରେ ଏତେ ବ୍ୟସ୍ତ ରୁହନ୍ତି ଯେ ସେମାନେ ନିଜ ଶରୀର ଉପରେ ଅତିରିକ୍ତ ଚାପ ମଧ୍ୟ ପକାନ୍ତି ।

ଜିମ୍ ରୁଟିନ୍ ଏବଂ ଡାଏଟ୍ ମାଧ୍ୟମରେ ଯେଉଁମାନେ ଓଜନ କମ କରନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଏପରି ଭୁଲ କରନ୍ତି ଯାହା ସେମାନଙ୍କୁ ଅସୁବିଧାରେ ପକାଇ ପାରେ। ଏହି କାରଣରୁ, ଶରୀରରେ ଅନେକ ପ୍ରକାରର ସମସ୍ୟା ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ଭୁଲ କିପରି କରିବା ନାହିଁ । ଏଥିସହ ଆପଣଙ୍କ ଓଜନ ମଧ୍ଯ କମ୍ ହେବ । ଏହା ବ୍ୟତୀତ ଆସନ୍ତୁ ଜାଣିବା ଯେ ଓଜନ କରିବା ସମୟରେ ଆପଣମାନେ କି ପ୍ରକାରର ଭୁଲ କରନ୍ତି ।

ଖାଇବା ଛାଡିଦେବା :
ପ୍ରାୟତ ଲୋକେ ଓଜନ କମ୍ କରିବା ପାଇଁ ଖାଦ୍ୟ ଛାଡି ଦିଅନ୍ତି । ଏଥିସହ ରାତିରେ ମଧ୍ୟ ଖାଇବା ଛାଡି ଦିଅନ୍ତି, ଯାହା ଫଳରେ ଓଜନ କମିବା ବଦଳରେ ଓଜନ ବଢିବାକୁ ଆରମ୍ଭ ହୋଇଥାଏ । ସେମାନେ ଅନୁଭବ କରନ୍ତି ଯେ ରାତ୍ରୀ ଭୋଜନ ଛାଡି ସେମାନଙ୍କ ଶରୀର ସଠିକ୍ ଭାବରେ ଡିଟକ୍ସାଇଫ୍ କରିବାରେ ସକ୍ଷମ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏପରି ହେବା ଦ୍ବାରା ଶରୀରରେ ପୋଷକ ତତ୍ତ୍ୱର ଅଭାବ ହୋଇପାରେ । ବିଶେଷଜ୍ଞମାନେ କହିଛନ୍ତି ଯେ ଉପବାସ କିମ୍ବା ଖାଇବା ଛାଡିଦେଲେ ଶରୀରରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱର ଅଭାବ ହୋଇଥାଏ । ଏପରି ପରିସ୍ଥିତିରେ ମୁଣ୍ଡ ବୁଲାଇବା, ବାନ୍ତି କିମ୍ବା ଦୁର୍ବଳତା ଦେଖାଯାଏ ।

କିଛି ଲୋକ ଓଜନ କମ କରିବାକୁ କିମ୍ବା ଫିଟ୍ ରହିବାକୁ ଜିମ୍ ଯାଆନ୍ତି, କିନ୍ତୁ ବାରମ୍ୱାର ଏହାର ସମୟ ପରିବର୍ତ୍ତନ କରିବା ଭୁଲ୍ । ସକାଳେ କିମ୍ବା ସନ୍ଧ୍ୟାରେ ନିୟମିତ ଜିମ୍ ଯିବା ଶରୀରର କିଛି ଅଂଶକୁ ଖରାପ ପ୍ରଭାବ ପକାଇପାରେ । ଏହା କରିବା ଦ୍ୱାରା ହର୍ମୋନ୍ ପରିବର୍ତ୍ତନ ମଧ୍ୟ ହୋଇଥାଏ ଯାହା ଶରୀରରେ ସମସ୍ୟା ସୃଷ୍ଟି କରିପାରେ । ଜିମ୍ କିମ୍ବା ବ୍ୟାୟାମ ପାଇଁ ସମାନ ସମୟ ରଖିବା ଭଲ । ଡାଏଟ୍ ସହିତ ମଧ୍ୟ ଯୋଗ ଏବଂ ବ୍ୟାୟାମ ପ୍ରତି ଧ୍ୟାନ ଦେବା ବହୁତ ଜରୁରୀ ।

ବ୍ୟାୟାମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ :
କିଛି ଲୋକ ଅନୁଭବ କରନ୍ତି ଯେ ବ୍ୟାୟାମ ଓଜନ କମ କରିବାରେ ଅଧିକ ସାହାଯ୍ୟ କରିଥାଏ । ଏହା ଏକ ପ୍ରକାର ପୁରାଣ କଥା ଯେ ଜିମରେ ଝାଳ ବୁହାଇବା ପରେ ଲୋକମାନେ ବାହାରେ କିଛି ତେଲ ଭାଜି ଖାଦ୍ୟ ଖାଆନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ । ଏଥିସହ ଆପଣଙ୍କ ଖାଦ୍ୟ ମଧ୍ଯ ଠିକ ରଖିବା ଉଚିତ । ଓଜନ କମ କରିବାରେ ଉଭୟ ବ୍ୟାୟାମ ଏବଂ ଡାଏଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଓଜନ କମ ପାଇଁ ଆମ ଶରୀରକୁ ବିଶ୍ରାମ ଦେବା ବହୁତ ଜରୁରୀ ହୋଇଥାଏ । ବାସ୍ତବରେ, ପର୍ଯ୍ୟାପ୍ତ ନିଦ ନହେବା ଶରୀରର ଉପରେ ଖରାପ ପ୍ରଭାବ ପକାଇଥାଏ । ଏଭଳି ପରିସ୍ଥିତିରେ, ଆପଣ ହାଲିଆ ଅନୁଭବ କରନ୍ତି ଏବଂ ଓଜନ କମ ହେବ ପରିବର୍ତ୍ତେ ବଢିବାକୁ ଲାଗିଥାଏ । ଏହା ବ୍ୟତୀତ, ଓଜନ କମ ନହେବା ହେତୁ ଲୋକମାନେ ଚାପଗ୍ରସ୍ତ ହୁଅନ୍ତି । ଯାହା ଫଳରେ ଅନେକ ପ୍ରକାରର ସ୍ଵାସ୍ଥ୍ୟ ସମସ୍ୟା ହୋଇପାରେ । ସେଥିପାଇଁ ଯେଉଁମାନେ ଓଜନ କମ କରିବାକୁ ଚାହୁଛନ୍ତି, ସେମାନେ ଏହି ସବୁ କଥା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।

Spread the love