ତ୍ୱଚା ପାଇଁ ବରଦାନ ସଦୃଶ ହୋଇଥାଏ କଞ୍ଚା କ୍ଷୀର, ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଫେସ୍ ପ୍ୟାକ୍
ଗ୍ଳୋଇଂ ସ୍କିନ୍ ପାଇଁ ପାର୍ଲରକୁ ଯାଇ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା କ’ଣ! ଯେତେବେଳେ କି ଆପଣ ଘରେ ବସି ଅତି ସହଜରେ ଗ୍ଳୋଇଂ ସ୍କିନ୍ ପାଇପାରିବେ । ବଜାରରେ ମିଳୁଥିବା କେମିକାଲ ଫେସ୍ ପ୍ୟାକ୍ ଠାରୁ ଘରେ ତିଆରି ପ୍ରାକୃତିକ ଫେସ୍ ପ୍ୟାକ୍ ଆମ ତ୍ୱଚା ପାଇଁ ଅଧିକ ଲାଭଦାୟୀ ହୋଇପାରେ । ଗ୍ଳୋଇଂ ସ୍କିନ୍ ପାଇଁ ଘରେ ଫେସ୍ ପ୍ୟାକ୍ ତିଆରି କରିବା କେବଳ ସହଜ ନୁହେଁ ବରଂ ଶସ୍ତା ମଧ୍ୟ । ରୋଷେଇ ଘରେ ମିଳୁଥିବା କିଛି ଜିନିଷ ସାହାଯ୍ୟରେ, ଆପଣ ନିଜ ସ୍କିନକୁ ବହୁ ପରିମାଣରେ ଉନ୍ନତ କରିପାରିବେ । ସେହିଭଳି ଏକ ଜିନିଷ ହେଉଛି କଞ୍ଚା କ୍ଷୀର ଯାହା ଆମ ତ୍ୱଚା ପାଇଁ ବରଦାନ ସଦୃଶ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଞ୍ଚା କ୍ଷୀରରେ କିପରି ପ୍ରସ୍ତୁତ କରିବେ ଫେସ୍ ପ୍ୟାକ୍…
କ୍ଷୀର-ହଳଦୀ:
ଉଭୟ କଞ୍ଚା କ୍ଷୀର ଏବଂ ହଳଦୀରେ ମିଳୁଥିବା ଔଷଧୀୟ ଗୁଣ ଆପଣଙ୍କ ତ୍ୱଚା ପାଇଁ ଖୁବ ସହାୟକ ହୋଇପାରେ । ଏହି ପ୍ରାକୃତିକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବାକୁ ହେଲେ ଆପଣଙ୍କୁ ଏକ ଚାମଚ କଞ୍ଚା କ୍ଷୀର, ଗୋଟିଏ ଚାମଚ ହଳଦୀ, ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ଗୋଟିଏ ଚାମଚ ମୁଲତାନି ମିଟି ପାଉଡରକୁ ଏକ ପାତ୍ରରେ ଭଲ ଭାବରେ ମିଶାନ୍ତୁ । ଏହି ଫେସ୍ ପ୍ୟାକ୍ ସାହାଯ୍ୟରେ ଆପଣ ପିମ୍ପଲ୍, ଦାଗ ଏବଂ ଟ୍ୟାନିଂରୁ ମୁକ୍ତି ପାଇପାରିବେ ।
କ୍ଷୀର-ବେସନ:
ଏହି ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବାକୁ, ଆପଣଙ୍କୁ ଦୁଇ ଚାମଚ କଞ୍ଚା କ୍ଷୀର, ଗୋଟିଏ ଚାମଚ ବେସନ ଏବଂ ଗୋଟିଏ ଚାମଚ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବାକୁ ପଡିବ । ଏହି ପେଷ୍ଟକୁ ଆପଣ ସପ୍ତାହରେ ଦୁଇଥର ବ୍ୟବହାର କରିପାରିବେ । ଏହି ଫେସ୍ ପ୍ୟାକ୍ ସାହାଯ୍ୟରେ, ଆପଣ ନିଜର ତ୍ୱଚାର ରଙ୍ଗକୁ ଉନ୍ନତ କରିପାରିବ । ଦାଗ ଏବଂ ପିଗମେଣ୍ଟେସନ୍ ଭଳି ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଫେସ୍ ପ୍ୟାକକୁ ଆପଣଙ୍କ ସ୍କିନ କେୟାରର ଏକ ଅଂଶ ନିଶ୍ଚୟ କରନ୍ତୁ ।
କ୍ଷୀର-ମହୁ:
ଗୋଟିଏ ପାତ୍ରରେ ୨ ଚାମଚ କଞ୍ଚା କ୍ଷୀର, ଦୁଇ ଚାମଚ ମହୁ ଏବଂ ଗୋଟିଏ ଚାମଚ ଲେମ୍ବୁ ରସକୁ ଭଲ ଭାବରେ ମିଶାନ୍ତୁ । ଆପଣ ଏଥିରେ କଫି ମଧ୍ୟ ମିଶାଇ ପାରିବେ । ବର୍ତ୍ତମାନ ଏହି ନ୍ୟାଚୁରାଲ ଫେସ୍ ପ୍ୟାକକୁ ଆପଣଙ୍କ ମୁହଁରେ ଲଗାନ୍ତୁ ଏବଂ ଏହାକୁ କିଛି ସମୟ ପାଇଁ ଛାଡିଦିଅନ୍ତୁ । ମୁହଁ ଧୋଇବା ପରେ, ଆପଣ ଏହାର ପ୍ରଭାବ ଅନୁଭବ କରିପାରିବେ ।
ସୂଚନାଯୋଗ୍ୟ, ଆପଣ ଯେକୌଣସି ଫେସ୍ ପ୍ୟାକ୍ ନିଜ ତ୍ୱଚାରେ ଲଗାଇବା ପୂର୍ବରୁ ଏକ ପ୍ୟାଚ୍ ଟେଷ୍ଟ ନେବାକୁ ଆଦୌ ଭୁଲନ୍ତୁ ନାହିଁ ।