ଉତ୍କର୍ଷ ଓଡିଶା- ମେକ ଇନ ଓଡ଼ିଶା ୨୦୨୫ ପାଇଁ ସିଙ୍ଗାପୁରରେ ମେଗା ରୋଡ ସୋ

ଭୁବନେଶ୍ୱର  : ଉତ୍କର୍ଷ ଓଡିଶା- ମେକ ଇନ ଓଡ଼ିଶା ୨୦୨୫ ପାଇଁ ସିଙ୍ଗାପୁରରେ ମେଗା ରୋଡ ସୋ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଟ କଲା ସିଙ୍ଗାପୁର ରୋଡ ସୋ । ଗସ୍ତର ତୃତୀୟ ଦିନରେ ଆସିଆନ ରିଜନର ପୁଞ୍ଜିନିବେଶକାରୀ ଓ ଶିଳ୍ପ ପତିଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳ । ଓଡ଼ିଶାରେ ବାଣିଜ୍ୟ ସୁଯୋଗ ସମ୍ଭାବନା, ଶିଳ୍ପ ପ୍ରତିଷ୍ଠା ନେଇ ସହଯୋଗ ଓ ସହଭାଗିତା ଉପରେ ଆଲୋଚନା ହୋଇଥିଲା । ଦେଶର ଆର୍ଥିକ ଅଭିବୃଦ୍ଧିରେ ଓଡ଼ିଶାରେ ପୁଞ୍ଜିନିବେଶ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଏଥିରେ କୁହାଯାଇଛି ।

ଓଡ଼ିଶାର ସମୃଦ୍ଧ ସମ୍ବଳ, ବିଶ୍ବସ୍ତରୀୟ ଭିତ୍ତିଭୂମି, ଦକ୍ଷ ମାନବସମ୍ବଳ ଶିଳ୍ପ ପ୍ରତିଷ୍ଠାକୁ ଶିଖରରେ ପହଞ୍ଚାଇବାକୁ ସକ୍ଷମ  । ଏହା ସହ ସିଙ୍ଗାପୁରର ପରିବହନ ମନ୍ତ୍ରୀ ଚି ହଙ୍ଗ ଟାଟଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ। ଓଡ଼ିଶାରେ ଇଣ୍ଟିଗ୍ରେଟେଡ ମଲଟିମୋଡାଲ ଲଜିଷ୍ଟିକ ସଲ୍ୟୁସନର ବିକାଶ, ଡିଜିଟାଲ ଫ୍ରିଟ ମାନେଜମେଣ୍ଟ ଏବଂ କୋଷ୍ଟାଲ ସିପିଂ ନେଇ ଆଲୋଚନା ହୋଇଥିଲା । ଇନଷ୍ଟିଚ୍ୟୁଟ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ଏଜୁକେସନ ସର୍ଭିସେସ- ITEES ପରିଦର୍ଶନ କରି ସେଠାରେ ପ୍ରଶିକ୍ଷଣ ନେଉଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *