ଥଣ୍ଡା, କାଶ ସହ ଆଣ୍ଠୁ ଗଣ୍ଠି ସମସ୍ୟାକୁ ଦୂର କରେ ଜୁଆଣି ପତ୍ର
ବର୍ତ୍ତମାନ ସମୟରେ ବହୁତ ଲୋକେ ରୋଗାଗ୍ରସ୍ତ ହେଉଛନ୍ତି । ଆଜିକାଲି ଯାହାକୁ ଦେଖିବ ତାର କିଛି ନା କିଛି ରୋଗ ନିହାତି ହୋଇଥିବ । ରୋଗକୁ ଅନେକ ଉପାୟରେ ଭଲ କରାଯାଏ । ଯଦି ଆମ ଦେହ ସବୁ ବେଳେ ଖରାପ ହେଉଛି ତାହାଲେ ଦିନକୁ ଦିନ ଦୁର୍ବଳ ହୋଇଯିବା । ଏହି ସମୟରେ କୌଣସି କାମରେ ମନ ଲାଗି ନଥାଏ କିମ୍ବା କୋଉ ଜାଗାକୁ ଯିବାକୁ ଫ୍ରି ଲାଗି ନଥାଏ । ଏହି ସବୁ ରୋଗରୁ ଆମେ କିପରି ମୁକ୍ତି ପାଇବା ଆସନ୍ତୁ ଜାଣିବା ।
ସାମାନ୍ୟ ଏକ ପତ୍ର ଦ୍ୱାରା ଆମ ଶରୀରର କେତେକ ରୋଗ ଭଲ ହୋଇଥାଏ । ସେହି ପତ୍ର ନାମ ହେଉଛି ଧନିଆ ପତ୍ର ପରି ଦେଖାଯାଉଥିବା ‘ଜୁଆଣି’ ପତ୍ର । ଯାହା ରୋଷେଇ ଘରଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ । ଆପଣମାନେ ଜାଣନ୍ତି କି ଜୁଆଣି ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ । ଏହି ଜୁଆଣିରେ କ୍ୟାଲିସିୟମ, ସୋଡିୟମ, କପର, ମ୍ୟାଗେ୍ନସିୟମ, ଆୟରନ, ଜିଙ୍କ୍, ପୋଟାସିୟମ, ଫୋଲେଟ୍ ଏବଂ ଫାଇଟୋନ୍ୟୁଟ୍ରିଏଣ୍ଟସ୍, ପରି ଖଣିଜ ପଦାର୍ଥ ଭରପୁର ମାତ୍ରାରେ ଥାଏ । ହେଲେ ଆସନ୍ତୁ ଜାଣିବା ଏହି ପତ୍ର କେଉଁ ସବୁ ରୋଗକୁ ଭଲ କରିଥାଏ ।
ଜୁଆଣି ପତ୍ର ବ୍ଲଡପେ୍ରସରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହାସହ ଅନେକ ପ୍ରକାରର ରୋଗକୁ ମଧ୍ୟ ଭଲ କରିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ । ଆପଣ ଜୁଆଣି, ଅଦା ଏବଂ ଟମାଟୋକୁ ଏକ ଗ୍ଲାସ ପାଣିରେ ଫୁଟାଇ ସେଥିରେ ଅଳ୍ପ ଲୁଣ ପକାଇ ତାକୁ ଛାଙ୍କି ରଖନ୍ତୁ । ସେଥିରେ ଅଳ୍ପ ଲେମ୍ବୁ ମିଶାଇ ପିଅନ୍ତୁ । ଯାହା ଶରୀରପାଇଁ ବେଶ୍ ଲାଭଦାୟକ ହୋଇଥାଏ ।
ଜୁଆଣିରେ ଥିବା ଫଥାଲାଇଡସ୍ ବ୍ଲଡ କୋଲେଷ୍ଟ୍ରଲକୁ କମ କରିଥାଏ । ଯେଉଁଥିରେ ହାର୍ଟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା ସହ ଯଦି ଆପଣଙ୍କର ପେଟ ଖରାପ ହେଉଛି ତେବେ ଆପଣ ତୁରନ୍ତ ଜୁଆଣି ପାାଣି ପିଅନ୍ତୁ, ଯାହା ଆପଣଙ୍କୁ ଆରମ୍ ଦେଇଥାଏ । ଏହାସହ ଅନେକ ରୋଗକୁ ମଧ୍ୟ ଭଲ କରିଥାଏ ।
ଜୁଆଣିରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି ଯାହା ଆଣ୍ଠୁ, ଗଣ୍ଠି ଇତ୍ୟାଦିକୁ ଭଲ କରିଥାଏ । ଆପଣ ଏହାକୁ ନିୟମିତ ଭାବରେ ବ୍ୟବହାର କଲେ ଅନେକ ପ୍ରାକାରର ରୋଗରୁ ମୁକ୍ତି ପାଇପାରିବେ ।
ଏହାସହ ଆପଣଙ୍କୁ ଯଦି ଥଣ୍ଡା, କାଶ ଇତ୍ୟାଦି ହେଉଛି ତାହାଲେ ଏହାକୁ ଖାଇପାରିବେ । ଏଥିରେ ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି । ଜୁଆଣି ଖାଇବା ଦ୍ୱାରା ସାଇଡ୍ ଇଫେକ୍ଟ ମଧ୍ୟ ପଡିନଥାଏ ।