ସୁସ୍ଥ ରହିବା ପାଇଁ ଚାହୁଁଥିଲେ, ଆପଣାନ୍ତୁ ଏହି ଟିପ୍ସ

ଶୀତ ଋତୁରେ ବହୁତ ପ୍ରକାର ଫଳ ପଳିଥାଏ । ଫଳ ଖାଇବା ପାଇଁ ସମସ୍ତ ଲୋକ ବହୁତ ପସନ୍ଦ କରିଥାନ୍ତି । କାହିଁକି ନା ଫଳରେ ବହୁତ ପ୍ରକାର ଭିଟାମିନ୍‌ ରହିଛି । ଯାହାକୁ ଖାଇଲେ ସ୍ୱାସ୍ଥ୍ୟ ଭଲ ରହିବା ସହ ସ୍କିନ୍‌ ମଧ୍ୟ ଗ୍ଲୋ କରିବାରେ ଲାଗିବ । ଫଳ ହେଉଛି ଏପରି ଏକ ଜିନିଷ ଯାହାକୁ ପ୍ରାୟତଃ ସବୁ ଲୋକ ପସନ୍ଦ କରିଥାନ୍ତି । ଏହା ସହ ବର୍ତ୍ତମାନ ସମୟରେ ଫଳର ଡିମାଣ୍ଡ ବହୁତ ଅଧିକ । କିଛି ଲୋକ ଫଳକୁ ଡାଏଟରେ ମଧ୍ୟ ସାମିଲ କରିଥାନ୍ତି । ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ଦିନ ସାରା ଭାତ ନଖାଇ ଖାଲି ଫଳ ଖାଇ ରହିଥାନ୍ତି । ଫଳ ଖାଇବା ମାତ୍ରେ ଆମ ଶରୀର ଦୁର୍ବଳ ହୋଇନଥାଏ ବରଂ ଆମକୁ ଏନର୍ଜି ଯୋଗାଇଥାଏ ।

ଏପରି ଏକ ଫଳ ରହିଛି ଯାହାକୁ ଆପଣ ଖାଇଲେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବା ସହିତ ଅନେକ ସମସ୍ୟା ମଧ୍ୟ ଦୂର ହେବ । ତେବେ ଆସନ୍ତୁ ଜାଣିବା ସେହି ଫଳ ବିଷୟରେ ।

ସେହି ଫଳର ନାମ ହେଉଛି କମଳା । କମଳା ଏକ ଉତ୍ତମ ଫଳ, ଯାହାର ଅନେକ ସ୍ୱାସ୍ଥ୍ୟ ଉପକାର ରହିଛି । ଏହି ଫଳ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଏହା ମାଧ୍ୟମରେ ଆମେ ନିଜକୁ ଅନେକ ରୋଗରୁ ରକ୍ଷା କରିପାରିବା । ଏହି ଫଳରେ ଭିଟାମିନ୍‌ ସି’ ଭରପୂର ମାତ୍ରାରେ ରହିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଜାଣନ୍ତୁ ଏହାକୁ ଖାଇବା ଫଳରେ ଆପଣଙ୍କୁ କ’ଣ ଫାଇଦା ମିଳିବ ।

୧. ହେଲଦି ସ୍କିନ୍‌ : କମଳାରେ ଭିଟାମିନ୍‌ ସି’ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିବା ଯୋଗୁଁ ଆପଣଙ୍କ ସ୍କିନକୁ ଭଲ ରଖିବା ସହ ଦାଗ କମାଇବାରେ ସାହାଯ୍ୟ କରିବ । ଏହା ଆପଣଙ୍କ ସ୍କିନକୁ ପୂର୍ବ ଅପେକ୍ଷା ଅଧିକ ଚମକାଇବ ।

୨. ଓଜନ ହେବ କମ୍‌ : କମଳାରେ କମ୍‌ କ୍ୟାଲୋରୀ ଥିବା ଯୋଗୁ ତାକୁ ଖାଇବା ଫଳରେ ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବ । ଯଦି ଆପଣଙ୍କ ଫ୍ୟାଟକୁ କମ୍‌ କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ କମଳା ଖାଇବା ନିହାତି ଆବଶ୍ୟକ । ଏହା ଓଜନକୁ କମ୍‌ କରିବା ସହ ଅନେକ ସମସ୍ୟାକୁ ମଧ୍ୟ ଦୂର କରିବ ।

୩. ହାର୍ଟ ହେଲ୍ଥ : କମଳା ଖାଇବା ହାର୍ଟ ହେଲ୍ଥ ପାଇଁ ଲାଭଦାୟକ ହୋଇଥାଏ । କାରଣ ଏହା କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯାହା ହାଇ ବ୍ଲଡ ପ୍ରେସର, ହାର୍ଟ ଆଟାକ, ହାର୍ଟ ସମ୍ବନ୍ଧୀୟ ସମସ୍ୟା ଇତ୍ୟାଦି ରୋଗର ଆଶଙ୍କାକୁ କମ୍‌ କରିଥାଏ ।

୪. ରକ୍ତହୀନତା ରୋକିବା : ଯେଉଁମାନେ ପ୍ରାୟତଃ ରକ୍ତହୀନତାର ଶିକାର ହୁଅନ୍ତି ସେହିମାନେ ନିୟମିତ ଭାବରେ କମଳା ଖାଇବା ନିହାତି ଆବଶ୍ୟକ । କାରଣ ଏହା ଆପଣଙ୍କ ଶରୀରରେ ଆଇରନର ଅଭାବକୁ ଏହା ରୋକିଥାଏ । ଯାହା ଦ୍ବାରା ରକ୍ତହୀନତାର ଆଶଙ୍କା ବହୁ ମାତ୍ରାରେ ହ୍ରାସ ହେବାରେ ସମ୍ଭାବନା ରହିବ ।

Spread the love

Leave a Reply

Your email address will not be published. Required fields are marked *