ଜାଗର ପ୍ରସ୍ତୁତି ର ସମୀକ୍ଷା କଲେ ପୋଲିସ କମିଶନର

ଆସନ୍ତା ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର । ସବୁ ମନ୍ଦିରରେ ଚାଲିଛି ଜୋରସୋରରେ ପ୍ରସ୍ତୁତି । ଏହି ପ୍ରସ୍ତୁତିର ସମୀକ୍ଷା କରିବାକୁ ଗତକାଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମନ୍ଦିର ପରିଦର୍ଶନ କରିଥିଲେ ।

ସୂଚନା ଅନୁଯାୟୀ, ଗତକାଲି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ମେଘେଶ୍ୱର ମନ୍ଦିର, ଚିନ୍ତାମଣିଶ୍ୱର ମନ୍ଦିର ପ୍ରମୁଖ ପରିଦର୍ଶନ କରିଥିଲେ । ପୋଲିସ କମିଶନର ମନ୍ଦିର ବୁଲିବା ସହ ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣର ସମୀକ୍ଷା କରିବ ସହ ମନ୍ଦିର ଟ୍ରଷ୍ଟି ମାନଙ୍କ ସହ ଆଲୋଚନା କରଥିଲେ ।

Spread the love