ବସ୍‌ ଦୁର୍ଘଟଣା, ୧୯ଙ୍କ ମୃତ୍ୟୁ

ତାମିଲନାଡ଼ୁ ଅବିନାଶୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଛି ଯାତ୍ରୀବାହି ବସ୍ । ଫଳରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଅହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ ଓ ଚେନ୍ନାଇକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାଗସ୍ତ ବସ୍‌ଟି କେରଳ ପରିବହନ ବିଭାଗର ବୋଲି ଜଣାପଡ଼ିଛି। ବସ୍‌ଟି ବେଙ୍ଗଲୁରୁରୁ କେରଳର ଏର୍ଣ୍ଣାକୁଲମ ଅଭିମୁଖେ ଯାଉଥିଲା। ଗତକାଲି ବିଳମ୍ବିତ ରାତିରେ ଟ୍ରକଟି ରାଜପଥ ଉପରେ ଛିଡ଼ା ହୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

Spread the love