ଆଖି ବୁଜିଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର

ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ହୋଇଛି । ପୁଅର ଗିରଫଦାରୀକୁ ବିରୋଧ କରି ବ୍ରହ୍ମପୁର ଏସ୍‌ପି ଅଫିସ୍ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମିନାକ୍ଷୀ ମିଶ୍ରଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି । ଗତ 12 ତାରିଖରେ ବ୍ରହ୍ମପୁର ଏସପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଥିଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା ।  ଏହାପରେ ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ସ୍ଥାନାନ୍ତର କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ଘଟିଛି ।

ଗତ ଜାନୁଆରୀ 28 ତାରିଖରେ ମିନାକ୍ଷୀଙ୍କ ଘର ଆଗରେ ବାଇକ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା । ତାଙ୍କ ପୁଅ ରାଜା ମିଶ୍ରଙ୍କର ଅନ୍ୟଗୋଷ୍ଠୀର 4 ଜଣଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏହାର ଭିଡିଓ ଭାଇରାଲ ହୋଇଥିବା ବେଳେ ଉଭୟ ପକ୍ଷର ଏତଲା କ୍ରମେ ପୋଲିସ 5 ଜଣଙ୍କୁ ଗିରଫ କରିଛନ୍ତି । ଏହି ମାମଲାରେ ମିନାକ୍ଷୀ ଏସପିଙ୍କୁ ଦେଖା କରିବା ସହ ଘଟଣା ସମ୍ପର୍କରେ ଆଲୋଚନା କରିବାକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ଯାଏଁ ଏସପିଙ୍କ ସହ ଦେଖା ନ ହେବାରୁ ମିନାକ୍ଷୀ କିରାସିନି ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।

Spread the love