ଆଜିଠୁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ

ଆଜିଠୁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆରମ୍ଭ ହେଉଛି । ଓଡିଶାର କଟକ ଇଣ୍ଡୋର ଷ୍ଟାଡିୟମରେ ଆଜି ସଂଧ୍ୟାରେ ଭିଡିଓ କନଫରେନ୍ସିଂରେ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । 

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସକୁ ଆଜି ସଂଧ୍ୟା ପ୍ରାୟ ୬ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭିଡିଓ କନଫରେନସିଂରେ କଟକସ୍ଥିତ ଇଣ୍ଡୋର ଷ୍ଟାଡ଼ିୟମରେ ଉଦଘାଟନ କରାଯିବ ।  ଏଥି ନମନ୍ତେ ଟ୍ୱିନ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିରେ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିବ ସୋନା ମହାପାତ୍ରଙ୍କ ମ୍ୟୁଜିକାଲ୍ ଶୋ ।  ଖେଲୋ ଇଣ୍ଡିଆରେ ପ୍ରାୟ ୩ ହଜାର ୫ ଶହ ଖେଳାଳି ଭାଗ ନେବେ । ସେହିପରି ୭ ହଜାର ଖେଳାଳି ଟେକନିକାଲ ଷ୍ଟାଫ ଓ ସପୋର୍ଟ ଷ୍ଟାଫ ମଧ୍ୟ ରହିଛନ୍ତି । କଟକ ଓ ଭୁବନେଶ୍ୱରରେ ମୋଟ୍ ୧୭ଟି ବର୍ଗରେ ଏହି କ୍ରୀଡା ଅନୁଷ୍ଠିତ ହେବ । ଭୁବନେଶ୍ୱରର ପଟିଆସ୍ଥିତ ଏକ ବେସରକାରୀ ବିଶ୍ୱବିଦ୍ୟାଳୟ ଅର୍ଥାତ କିଟ୍ ୟୁନିଭର୍ସିଟି ପରିସରରେ ବିଭିନ୍ନ ପ୍ରତିଯୋଗିତା ହେବାକୁ ଥିବା ବେଳେ କଟକର ଇଣ୍ଡୋର ଷ୍ଟାଡିୟମରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ହେବ । 

ବିଶ୍ୱବ୍ୟାପୀ ୟୁନିଭର୍ସିଟି ଗେମ୍ସ ଅତି ଗୁରୁତ୍ୱପୂର୍ଣ୍ଣ। ହକି ବିଶ୍ୱକପ୍ ଓ ଜାତୀୟ ଟେବୁଲ ଟେନିସ ପରି ବଡ ଟୁର୍ଣ୍ଣାମେଂଟ ଓଡିଶା ଆୟୋଜନ କରିସାରିବା ପରେ ଏବେ ପୁଣି ଖେଲୋ ଇଣ୍ଡିଆ ବଡ ସୁଯୋଗ ଆଣିଦେଇଛି ।

Spread the love