ସମାପ୍ତ ହେଲା ଶ୍ରୀଜିଉଙ୍କ ମହାସ୍ନାନ, ଆରମ୍ଭ ହେବ ଗଜାନନ ବେଶ
ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ତିନି ଠାକୁରଙ୍କ ମହାସ୍ନାନ ନୀତି ଶେଷ ହୋଇଛି । ସୁନା କୂଅରୁ ୧୦୮ ଗରା ପାଣି ଅଣାଯାଇ ମହାପ୍ରଭୁଙ୍କୁ ସେବାୟତମାନେ ମହାସ୍ନାନ କରାଇଛନ୍ତି ।
ମଙ୍ଗଳ ଆଳତି, ମଇଲମ, ଅବକାଶ ନୀତି ପରେ ମହାସ୍ନାନ ନୀତି ଆରମ୍ଭ ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ମା’ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଜଳରେ ସ୍ନାନ କରାଯାଇଛି ।
ଏହାପରେ ଶ୍ରୀଜିଉଙ୍କ ମହାସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାଲିଙ୍କିରେ ବସି ସ୍ନାନ ମଣ୍ଡପରେ ପହଞ୍ଚିବେ ଏବଂ ଛେରାପହଁରା ନୀତି ପରେ ବିଧି ଅନୁଯାୟୀ ଆଳତି କରିବେ । ଏହାପରେ ଶ୍ରୀଜିଉମାନଙ୍କର ଗଜାନନ ବେଶ ଆରମ୍ଭ ହେବ ।