ରାଜ୍ୟସଭାର ୫୫ ଆସନ ପାଇଁ ଆସନ୍ତା ୨୬ରେ ନିର୍ବାଚନ

ରାଜ୍ୟସଭାର ୫୫ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୨୬ରେ ହେବ ନିର୍ବାଚନ। ଏନେଇ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଖାଲି ହେଉଥିବା ୫୫ ରାଜ୍ୟସଭା ଆସନ ମଧ୍ୟରୁ ଓଡ଼ିଶାର ୪ଟି ସିଟ୍‌ ରହିଛି।ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୬ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୧୩ ତାରିଖରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ମାର୍ଚ୍ଚ ୨୬ ତାରିଖରେ ୫୫ ଜଣ ରାଜ୍ୟସଭା ଆସନ ପାଇଁ ହେବ ଭୋଟ ଗ୍ରହଣ ।

ସକାଳ ୯ଟାରୁ ଅପରାହ୍ନ ୪ ମଧ୍ୟରେ ଭୋଟ ଗ୍ରହଣ ହେବା ସହ ସନ୍ଧ୍ୟା ୫ଟାରେ ଫଳାଫଳ ଘୋଷଣା ହେବ । ଏହାସହ ମାର୍ଚ୍ଚ ୩୦ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ । ୧୭ଟି ରାଜ୍ୟର ୫୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି।

Spread the love