ସ୍ପା ଉପରେ ଚଢାଉ, ୯ ଯୁବତୀ ଓ ୪ ଯୁବକ ଗିରଫ

ପାରାଦ୍ଵୀପ :  ବନ୍ଦର ନଗରୀ ପାଲଟିଛି ଦେହବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ। ପାରାଦ୍ଵୀପ ଆଦର୍ଶ ଥାନା ପକ୍ଷରୁ ଇଫକୋ ଛକରେ ଥିବା ସ୍ପା ଉପରେ ଜୋରଦାର ଚଢାଉ ।  ଗୋଟିଏ ସ୍ପା ରୁ ଗିରଫ ହେଲେ ୯ ଯୁବତୀ ଓ ୪ ଯୁବକ ।  ଦେହ ବ୍ୟବସାୟର ଚେର ଲମ୍ବିଛି କଲିକତାରୁ ପାରାଦ୍ଵୀପ ।  ଗିରଫ ୯ ଯୁବତୀଙ୍କ ଘର ଓ୍ବେଷ୍ଟବେଙ୍ଗଲ କଲିକତା  ।  ଇଫକୋ ଛକରେ ଥିବା ଗୋଲ୍ଡେନ ସ୍ପା ରୁ ଗିରଫ ହେଲେ ଯୁବତୀ ଓ ଯୁବକ ।  ସ୍ପା ମାଲିକ ସେଖ୍ ବଦ୍ରୃ ଫେରାର ।  ଯୁବତୀମାନେ ଗତ ଦୁଇଦିନ ହେଲା ପାରାଦ୍ଵୀପ ଆସିଥିବା ସୂଚନା ।  ସେମାନଙ୍କ ବୟସ ୨୦ ରୁ ୩୨ ବର୍ଷ ମଧ୍ୟରେ ଏବଂ ଯୁବକ ମାନଙ୍କ ମଧ୍ୟରୁ ତିନିଜଣ ଜାହାଜ କର୍ମଚାରୀ ବୋଲି ସୂଚନା ।  ଜଣେ ଏକ କେନ୍ଦ୍ରୀୟ ସଂସ୍ଥାରେ ଚାକିରି କରୁଛନ୍ତି ।  ଆଦର୍ଶ ଥାନା ଆଇଆଇସି କାବୁଲି ବାରିକଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିବା ବେଳେ ଗିରଫ ଯୁବକ ଓ ଯୁବତୀମାନଙ୍କୁ ନେଇ ତଦନ୍ତ ଆରମ୍ଭ ହୋଇଛି । ସ୍ପାର ମାଲିକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

Spread the love