‘ମୋ ସରକାର’ରେ ସାମିଲ ହେଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ୫ମ ପାଳିରେ ପ୍ରଶାସନକୁ ଆହୁରି ଲୋକାଭିମୁଖୀ ଓ ସ୍ବଛ କରିବା ପାଇଁ ଆରମ୍ଭ କରିଥିଲେ ମୋ ସରକାର କାର୍ଯ୍ୟକ୍ରମ । ଯଦ୍ବାରା ବିଭାଗୀୟ ଅଧିକାରୀ ମାନେ ଲୋକଙ୍କୁ ସିଧା ସଳଖ ଫୋନ କରି ସୁବିଧା ସୁଯୋଗ ପଚାରି ବୁଝିବା ସହ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିପାରିବେ ।

ଆଜି ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜସ୍ବ ବିଭାଗ ମୋ ସରକାର ଅଧିନକୁ ଆସିଛି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ସୁଦାମ ସୁଦାମ ମାରାଣ୍ଡି, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫‘ଟି’ ସଚିବ ଭିକେ ପାଣ୍ଡିଆନ, ରାଜସ୍ବ ସଚିବ ପି. କେ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ଇ-ପାଉତି ମୋବାଇଲ ଆପ । ଏହି ଆପ ମାଧ୍ୟମରେ ବିଭାଗୀୟ ସେବାକୁ ସରଳିକରଣ କରିବା ସହ ଇ-ସାର୍ଟିଫିକେଟ ପରି ଅନଲାଇନ ସୁବିଧା ସୁଯୋଗ ମିଳିବ ।

ପୂର୍ବରୁ ରାଜ୍ୟ ସରକାରଙ୍କ ୧୨ଟି ବିଭାଗ ମୋ ସରକାର ଅଧିନକୁ ଆସିଥିବା ବେଳେ ଆଜି ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ଆସିଛି ମୋ ସରକାର ଅଧିନକୁ । ମାର୍ଚ୍ଚ ୫ ସୁଦ୍ଧା ସମସ୍ତ ବିଭାଗ ମୋ ସରକାର ଅଧିନକୁ ଆସିବ ।

Spread the love