ହଷ୍ଟେଲ୍‌ରେ ଭୋଜନ ଖାଇ ୯ ଛାତ୍ରୀ ଅସୁସ୍ଥ

କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ର ତଳ କୁସୁମିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୯ ଜଣ ଅନ୍ତେବାସିନୀ ରାତ୍ରି ଭୋଜନ ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା  ଗୁରୁତର ହେବାରୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ଦଶମ ଶ୍ରେଣୀର ଛାତ୍ରୀ ଅଛନ୍ତି। ଅନ୍ୟପକ୍ଷରେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ୫ ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେମାନଙ୍କୁ  ହଷ୍ଟେଲ ପଠାଇ ଦିଆ ଯାଇଛି। ଏହି ସ୍କୁଲର ହଷ୍ଟେଲରେ ୩୮୫ ଜଣ ଛାତ୍ରୀ ରହିଛନ୍ତି । ହଷ୍ଟେଲରେ ପାଣି ସମସ୍ୟା ଲାଗି ରହିଥିବାରୁ ଛାତ୍ରୀମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣେ ଶିକ୍ଷୟିତ୍ରୀ କହିଛନ୍ତି।

Spread the love