ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ପଶିଲା ଡ୍ରେନ ପାଣି, ହୋଇପାରିଲାନି ନୀତିକାନ୍ତି

ବଲାଙ୍ଗୀର : ଘଣ୍ଟାଏ ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀରି ସହର । ରାସ୍ତାଘାଟରେ ପାଣି ଜମିବାରୁ ଲୋକେ କିଛି ସମୟ ପାଇଁ ସାଧାରଣ ଜୀବନ ଯାପନ ପ୍ରଭାବିତ ହୋଇଥିଲା । ଲଗାଣ ବର୍ଷା ଯୋଗୁ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ପଶିଲା ଡ୍ରେନ ପାଣି । ବଲାଙ୍ଗିର ସହରର ମାଆ ସମଲେଶ୍ୱରୀ ମନ୍ଦିରରେ ରାସ୍ତାର ଡ୍ରେନ ପାଣି ପଶି ନୀତିକାନ୍ତି ଅଟକି ଯାଇଛି । ଗତ ରାତିରେ ଗୋଟିଏ ଘଣ୍ଟା ଧରି ବର୍ଷା ଲାଗି ରହିଥିଲା । ବର୍ଷାରେ ବେହାଲ ହୋଇଛି ରାସ୍ତାଘାଟ । ଆଉ ରାସ୍ତା ପାଣି ମନ୍ଦିରରେ ପଶି ଗର୍ଭଗୃହରେ ଜମି ରହିଛି । ଡ୍ରେନ ପାଣି ନିଷ୍କାସନ ହୋଇପାରୁନଥିବାରୁ ମାଆଙ୍କ ନୀତିକାନ୍ତିରେ ବାଧା ଉପୁଜିଛି ।

ମା ସମଲେଶ୍ୱରୀଙ୍କ ମନ୍ଦିରରେ ବର୍ଷା ପାଣି ପଶିବା ପ୍ରଥମ ଘଟଣା ନୁହେଁ  । ବର୍ଷ ବର୍ଷ ଧରି ମା ସମଲେଶ୍ୱରୀ ମନ୍ଦିରରେ ଏଭଳି ପରିସ୍ଥିତି ରହିଛି  । ଲଗାଣ ବର୍ଷା ହେଲେ ମନ୍ଦିର ଓ ଗର୍ଭ ଗୃହ ଭିତରେ ଡ୍ରେନେଜ ଏବଂ ବର୍ଷା ପାଣି ପଶୁଛି । ରାସ୍ତା ଉଚ୍ଚତା ଅଧିକ ଥିବା ବେଳେ ମନ୍ଦିର ତଳେ ରହିଥିବାରୁ ବାରମ୍ୱାର ଏଭଳି ସ୍ଥିତି ଉପୁଜୁଛି ।  ସେପଟେ ମନ୍ଦିରର ଅସମ୍ପୂର୍ଣ୍ଣ କାମକୁ ନେଇ ଅସନ୍ତୋଷ ଦେଖାଦେଇଛି ।

Spread the love