ରାଜ୍ୟରେ ଦ୍ବିତୀୟ ସଫଳ ଅଙ୍ଗଦାନ, ପ୍ରତିରୋପଣ ହେଲା ସୁଚିତ୍ରାଙ୍କ କିଡନୀ

ସଫଳତାର ସହ ଶେଷ ହୋଇଛି ରାଜ୍ୟରେ ଦ୍ବିତୀୟ ଅଙ୍ଗଦାନ ପ୍ରକ୍ରିୟା। ମୃତ୍ୟୁ ପରେ ଅଙ୍ଗଦାନ କରିଛନ୍ତି ସୁଚିତ୍ରା ଦାସ । ତାଙ୍କର ଗୋଟିଏ କିଡନୀ ସ୍ଥାନୀୟ ଆମ୍ରି ହସ୍ପିଟାଲ ପଠାଯାଇଥିବା ବେଳେ ଅନ୍ୟଟିକୁ ଆପୋଲୋ ହସ୍ପିଟାଲରେ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯାଇଛି । ସୁଚିତ୍ରାଙ୍କ ଅଙ୍ଗଦାନ ପରେ ତାଙ୍କ ମର ଶରୀରକୁ ପରିବାରକୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଏକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ସୁଚିତ୍ରାଙ୍କୁ କ୍ୟାପିଟାଲରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ବ୍ରେନ ଡେଡ ହେବା ଜଣାପଡିବା ପରେ ବୁଧବାର ପରିବାର ଲୋକେ ଅଙ୍ଗଦାନ ପାଇଁ ସହମତି ପ୍ରକାଶ କରିଥିଲେ । ସେପଟେ ଅଙ୍ଗଦାନ ସମୟରେ ସୁଚିତ୍ରାଙ୍କ ପୁଅ ଓ ପୁତୁରା ସେଠାରେ ଉପସ୍ଥିତ ରହିଥିଲେ ।

Spread the love