ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷୟିତ୍ରୀ

ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ପ୍ରଧାନ ଶିକ୍ଷୟିତ୍ରୀ। ଅଭିଭାବକଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ଏହି ପ୍ରଧାନ ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ରଶ୍ମିପ୍ରଭା ଶତପଥୀ। ସେ ରଙ୍ଗିଣସାହି ଉପ୍ରା ସ୍କୁଲ ସ୍କୁଲରେ କାର୍ଯ୍ୟ କରନ୍ତି। ସୂଚନାଯୋଗ୍ୟ, ଏକ ପିଲାର ଜନ୍ମ ପ୍ରମାଣପତ୍ର ଦେବା ଲାଗି ସେ ଜଣେ ଅଭିଭାବକଙ୍କଠାରୁ ଲାଞ୍ଚ ଦାବି କରିଥିଲେ। ଏ ନେଇ ଅଭିଭାବକ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପରେ ପ୍ରଧାନ ଶିକ୍ଷୟିତ୍ରୀ ସମ୍ପୃକ୍ତ ଅଭିଭାବକଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

Spread the love