କର୍ତ୍ତବ୍ୟ ନିଷ୍ଟ ହେବାକୁ ଗୁରୁମନ୍ତ୍ର ଦେଲେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ

ଗୁରୁମାନେ ପ୍ରକୃତ ମାର୍ଗଦର୍ଶକ।  ସେମାନେ ଚିରପୂଜ୍ୟ। ସେମାନେହିଁ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ମାର୍ଗଦର୍ଶକ । ଶିକ୍ଷାକତାକୁ ବୃତ୍ତି ଭାବେ ଗ୍ରହଣ କରିଥିବା ଗୁରୁମାନେ ନିଜ ବୃତ୍ତିର ମହାନତାକୁ ହ୍ରୁଦବୋଧ କରିବା ଉଚିତ ।ଆଜି କେନ୍ଦ୍ରାପଡା କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଏହାକହିଛନ୍ତି।

ପିଲାଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ଶିକ୍ଷକମାନଙ୍କ ହାତରେ ରହିଛି । କଲେଜ ଗୁଡ଼ିକରେ ଶିକ୍ଷକମାନେ ସାତଘଣ୍ଟା ଉପସ୍ଥିତ ରହିବା ପାଇଁ ସରକାର ଯେଉଁ ନିୟମ କରିଛନ୍ତି ସେଥିପାଇଁ ଏବେ ଅନେକ ସ୍ଥାନରେ ମନ୍ତ୍ରୀଙ୍କୁ ଗାଳି କରୁଛନ୍ତି । ଯେତେ ଗାଳି କଲେ ବି ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷକମାନେ କଲେଜରେ ସାତ ଘଣ୍ଟା ଉପସ୍ଥିତ ରହିବାକୁ ସେ କହିଛନ୍ତି । କେନ୍ଦ୍ରାପଡ଼ା କଲେଜର ବିକାଶ କ୍ଷେତ୍ରରେ ଅର୍ଥର ଅଭାବ ରହିବ ନାହିଁ ଓ ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ଡ. ସାହୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, କଲେଜର ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love