ସରିଲା ପରୀକ୍ଷା, 18ରୁ ଖାତାଦେଖା

ଆଜି ଶେଷ ହୋଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୧୮ ତାରିଖରୁ ମ୍ୟାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ। ଏଥିପାଇଁ ୬୧ଟି ଖାତା ଦେଖା କେନ୍ଦ୍ର କରାଯାଇଛି । ଆଜି ମ୍ୟାଟ୍ରିକ ପରୀକ୍ଷା ସରିବା ପରେ ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି,“ ମ୍ୟାଟ୍ରିକ ଖାତା ମୂଲ୍ୟାୟନରେ ୧୫ ହଜାର ଶିକ୍ଷକ ନିୟୋଜିତ ହେବେ।” ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି। ଆଜି ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ଏ ବର୍ଷ ୨ହଜାର ୮ଶହ ୮୮ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପ୍ରଥମ ଦିନରେ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଝି ଅଞ୍ଚଳରେ ପ୍ରଶ୍ନପତ୍ର ଭାଇରାଲ ହେବା ଖବର ଆସିଥିଲା। କିନ୍ତୁ ଏହାକୁ ବୋର୍ଡ ପକ୍ଷରୁ ଖଣ୍ଡନ କରାଯାଇଥିଲା।

Spread the love