ଶାହାଙ୍କ ରାଲିରେ ଗୁଲିମାରୋ ନାରା ଦେଇ 3 ବିଜେପି କର୍ମୀ ଗିରଫ

କୋଲକାତା, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କୋଲକାତା ରାଲିରେ  ଗୋଲି ମାରୋ… ନାରା ଦେଇ ୩ ବିଜେପି କର୍ମୀ ଗିରଫ ହୋଇଛନ୍ତି। ଏଥିପାଇଁ ପୁଲିସ୍‌ ୩ ବିଜେପି କର୍ମୀଙ୍କୁ ଆଜି ଗିରଫ କରିଛି। ଦିଲ୍ଲୀ ନିର୍ବାଚନ ବେଳେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଯେଉଁଭଳି ଭାବେ ଗୋଲି ମାରୋ ନାରା ଦେଇଥିଲେ ଠିକ ସେହିପରି ପରି ଗରିଫ ୩ ବିଜେପି କର୍ମୀ ନାରା ବାଜି କରିଥିଲେ। ଦିଲ୍ଲୀ ନାରାବାଜି ଘଟଣାରେ କେହି ବି ଗିରଫ ହୋଇ ନଥିଲେ ହେଁ କୋଲକାତା ପୁଲିସ୍‌ କିନ୍ତୁ ୩ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି।

ସୁରେନ୍ଦ୍ର କୁମାର ତିୱାରୀ, ଧ୍ରବୁ ବାସୁ ଓ ପଙ୍କଜ ପ୍ରସାଦ ଗତକାଲି କୋଲକାତାରେ ଆୟୋଜିତ ଶାହଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ସମୟରେ ସେମାନେ ଗୋଲି ମାରୋ… ନାରା ଦେଇଥିଲେ। ଯେଉଁଥି ପାଇଁ ଏମାନଙ୍କ ନାଁରେ କୋଲକାତାର ନ୍ୟୁ ମାର୍କେଟ ପୁଲିସ୍‌ ଥାନାରେ ଏଫଆଇଆର ହୋଇଥିଲା। ଆଜି ସେମାନଙ୍କୁ ଗିରଫ କରାଯାଇଛି।

Spread the love