ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରୀକ୍ଷାକେନ୍ଦ୍ର ବୁଲିଲେ ଶିକ୍ଷାମନ୍ତ୍ରୀ

ପୁରୀ, ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁରସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ସୋମବାର ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରିଦର୍ଶନ କରିଛନ୍ତି। ମାଟ୍ରିକ ପରୀକ୍ଷା ଶେଷ ହୋଇଥିବାରୁ ସେ ଛାତ୍ରଛାତ୍ରୀଙ୍କ ଉତ୍ତମ ପରୀକ୍ଷା ଫଳପାଇଁ କାମନା କରିଛନ୍ତି। ପରୀକ୍ଷା ଫଳ ପ୍ରକାଶିତ ହେବା ପରେ +୨ ରେ ନାମ ଲେଖା ସହ ସଠିକ ପାଠ୍ୟ ବିଷୟ ଚୟନ ପାଇଁ ସେ ଗୁରୁଜନଙ୍କ ପରାମର୍ଶ ତଥା ନିଜର ସକ୍ଷମ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ଏହାସହ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସମୟରେ କିଛି ସ୍ଥାନରେ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଅନ୍ୟ ସମସ୍ତ ସ୍ଥାନରେ ଶୃଙ୍ଖଳିତ ଭାବେ ହୋଇଥିବାରୁ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ଓ କେନ୍ଦ୍ରର ଥିବା ଶିକ୍ଷକଙ୍କୁ ଓ ଅନ୍ୟମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

Spread the love