ଆମ୍ବୁଲାନ୍ସ ଦେଖି ନିଜ ଗାଡି ଅଟକାଇଲେ ମୁଖ୍ୟମନ୍ତ୍ରୀ

କାମରେ ବିଶ୍ୱାସ କରୁଥିବା ନବୀନ ସରକାରଙ୍କ ଆଉଏକ ମହନିୟତା ସାମ୍ନାକୁ ଆସିଛି । ରୋଗୀନେଇ  ଆମ୍ବୁଲାନ୍ସ  ଯାଉଥିବା  ଦେଖି ମୁଖ୍ୟମନ୍ତ୍ରୀ ନିଜ ଗାଡି ଅଟକାଇଥିଲେ। ସମୟ ସନ୍ଧ୍ୟା ପ୍ରାୟ ୭ଟା ୪୫। ମୁଖ୍ୟମନ୍ତ୍ରୀଙ୍କ କାରକେଡ ଏଜି ଛକ ପାର୍ଶ୍ୱରୁ ନବୀନ ନିବାସ  ଅଭିମୁଖେ ଯାଉଥିଲା।ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା। କିନ୍ତୁ କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ପହଞ୍ଚି ସାରିଥିବା ବେଳେ ଆମ୍ବୁଲାନ୍ସ ସାଇରନ ବାଜିଲା। ଫଳରେ ରାସ୍ତାରେ କିଛି କ୍ଷଣ ଅଟକିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲକୁ ଆମ୍ବଲାନ୍ସଟି ଯାଉଥିଲା। ଏହି ସମୟରେ କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ମଧ୍ୟ ପହଞ୍ଚି ଯାଇଥିଲା। କିନ୍ତୁ ଟ୍ରାଫିକ ଦାୟିତ୍ୱରେ ଥିବା କନଷ୍ଟେବଳ ଆମ୍ବୁଲାନ୍ସକୁ ଗୁରୁତ୍ୱ ଦେଇ କାରକେଡକୁ ଅଟକାଇଥିଲେ । ଆମ୍ବୁଲାନ୍ସ ଯିବା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବେ ରାଜଧାନୀ ଭୁବନେଶ୍ୱରରେ ଏକ ଆମ୍ବୁଲାନ୍ସ ଟ୍ରାଫିକ୍‌ରେ ଫସି ଯିବାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

Spread the love