କଟକ ସହ ବିଜୁବାବୁଙ୍କ ନିବିଡ ସମ୍ପର୍କ ଥିଲା – ମୁଖ୍ୟମନ୍ତ୍ରୀ

କଟକ ସହର ସହ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ନିବିଡ ସମ୍ପର୍କ ଥିଲା । କଟକ ମାଟିରେ ବଡ ହୋଇ ଇଂରେଜ ସରକାର ସହ ଲଢିଥିଲେ। କଟକରୁ ସେ ପେଶୱାର ( ପାକିସ୍ତାନରେ ଥିବା ଏକ ସହର)କୁ ସାଇକେଲରେ ଯାତ୍ରା କରିଥିଲେ। କଟକ ସହ ଆମ ପରିବାରର ସମ୍ପର୍କ ସ୍ବତନ୍ତ୍ର ବୋଲି ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ କଟକ ବାଲିଯାତ୍ରା ପଡିଆରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ସାଧାରଣକୁ ଉଦବୋଧନ ଦେଇ କହିଛନ୍ତି।

ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଅବସରରେ  ବିଜେଡି ପକ୍ଷରୁ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ଏସସିବି  କଲେଜ ଓ ହସ୍ପିଟାଲକୁ ବିଶ୍ବସ୍ତରୀୟ କରିବା ପାଇଁ କଟକ ବାଲିଯାତ୍ରା ପଡିଆରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ଏସସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତିନି ଶହ ଶର୍ଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସ୍ପିଟାଲ, ବିଶ୍ବସ୍ତରୀୟ ମେଡିକାଲ କଲେଜ ସୁବିଧା, ଡାକ୍ତର, ଛାତ୍ରଛାତ୍ରୀ ଏବଂ ଆନ୍ୟମାନଙ୍କ ପାଇଁ ରହିବା ବ୍ୟବସ୍ଥା, ସମନ୍ବିତ କ୍ରୀଡା କମ୍ପେ୍ଲକ୍ସ, ୬ ଲେନ୍ ରିଙ୍ଗ୍ ରୋଡ ସହିତ ସିଧାସଳଖ ସଂଯୋଗ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସୁଲଭ ରହଣି ସୁବିଧା କରାଯିବ।

Spread the love